ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହେଲା ହୃଦଘାତ,ଭଲ ହେଲା ପରେ କହିଲେ ୪ ଜଣ ଯମଦୂତ ଗାଡ଼ିକୁ କଲେ ସାଇଡ୍ !

1 min read

ନନ୍ଦିଘୋଷ ବ୍ୟୁରୋ: ବିନା ଡ୍ରାଇଭରରେ ୫୦୦ ମିଟର ଚାଲିଲା ବସ ! ରାସ୍ତାକଡ଼କୁ ଯାଇ ଆପ ଆପ ସାଇଡ୍ ହେଲା ଗାଡ଼ି । ବଞ୍ଚିଗଲା ୬୦ ଯାତ୍ରୀଙ୍କ ଜୀବନ । ଆଉ ପରେ ଡ୍ରାଇଭର ଯାହା କହିଲେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଝାଡ଼ଖଡ଼ରେ ଏବେ ଏମିତି ଏକ ଘଟଣାକୁ ବେଶ ଚର୍ଚ୍ଚା ହେଉଛି । ତେବେ ଚଳନ୍ତା ଗାଡ଼ିରେ ଡ୍ରାଇଭରଙ୍କୁ ହେଲା ହୃଦଘାତ,ଭଲ ହେଲା ପରେ କହିଲେ ୪ ଜଣ ଯମଦୂତ ଗାଡ଼ିକୁ କଲେ ସାଇଡ୍ ! ଯାହାକୁ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି କହୁଥିବାବେଳେ କିଛି ଲୋକ କହିଛନ୍ତି କି ଭଗବାନ ବଞ୍ଚାଇ ଦେଇଛନ୍ତି ।

କହି ରଖୁଛୁ କି, ଘଟଣାଟି ଘଟିଛି ଶୁକ୍ରବାର ପାଖାପାଖି ଦିନ ୯ଟା୩୦ ସମୟରେ । ବସ ଚଳାଉଥିବା ଡ୍ରାଇଭରଙ୍କୁ ହଠାତ ହାର୍ଟ ଆଟାକ ହୋଇଥିଲା । ଗାଡ଼ି ଚାଲିଥିବାବେଳେ ତାଙ୍କ ହାର୍ଟ ଆଟାକ ହୋଇଥିବାବେଳେ କଣ ହୋଇଛି ସେ ଜାଣିନଥିବା କହିଥିଲେ । ବସରେ ୬୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ବସଟି ସାଇଡରେ ଯାଇ ରହିଥିଲା । ଯାତ୍ରୀମାନେ ଡ୍ରାଇଭରଙ୍କୁ CPR ଦେବା ପରେ ସୁସ୍ଥ ହୋଇଥିଲେ । ଆଉ ପଚାରିବା ପରେ କହିଥିଲେ କି, ଯମଦୂତ ମାନେ ଗାଡ଼ିକୁ ସାଇଡ୍ କରିଥିଲେ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା ମୋ ସହ ଯାହା ଘଟିଛି ମୁଁ ସତ କହୁଛି ବୋଲି ଡ୍ରାଇଭର ଭାଇଜଣକ କହିଥିଲେ । ଯାହାକୁ ଅନେକ ଲୋକ ବିଶ୍ବାସ କରୁଥିବାବେଳେ ଆଉ କିଛି ଲୋକ ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ ଯାତ୍ରୀମାନେ ମାନବିକତାର ପରିଚୟ ଦେଇଥିବାବେଳେ ସେମାନେ ସିପିଆର ଦେଇଥିଲେ । ହେଲଫର ଏବଂ କଣ୍ଡକ୍ଟର ସାଙ୍ଗେ ସାଙ୍ଗେ ଗାଡ଼ିର ଷ୍ଟାର୍ଟ ବନ୍ଦ କରିଥିବାବେଳେ ପାଟିରେ ଫୁଙ୍କିଥିଲେ । ତେବେ ଡ୍ରାଇଭର କହିଛନ୍ତି କି, ହଠାତ ମୋ ଆଗରେ ୪ ଜଣ ବର୍ଛା ଧରି ଯିବା ଭଳି ମନେ ହେଲା ଏହାପରେ ମୋର ହୋସ୍ ଚାଲିଗଲା ।