spot_img

Latest Posts

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଚିକିତ୍ସାରେ ଅବହେଳା, ୫ ଶିଶୁ HIV ପଜିଟିଭ

ନନ୍ଦିଘୋଷ ବ୍ୟୁରୋ : ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଚିକିତ୍ସା ଅବହେଳାର ନଗ୍ନଚିତ୍ର। ଚାଇବାସାର ସରକାରୀ ହସ୍ପିଟାଲରେ ସଂକ୍ରମିତ ରକ୍ତ ନେବା ପରେ ଜଣେ ସାତ ବର୍ଷର ଥାଲାସେମିଆ ରୋଗୀଙ୍କ ସମେତ ପାଞ୍ଚ ଜଣ ପିଲା HIV ପଜିଟିଭ୍ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ରାଞ୍ଚିରୁ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ଯାଇ ଘଟଣାର ତଦନ୍ତ କରୁଛନ୍ତି। ଶୁକ୍ରବାର ଦିନ ପ୍ରଥମେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ଅଭିଯୋଗ ପରେ, ଝାଡ଼ଖଣ୍ଡ ସରକାର ଅଭିଯୋଗର ତଦନ୍ତ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡାକ୍ତର ଦିନେଶ କୁମାରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ପଠାଇଛନ୍ତି। ପ୍ରଥମେ ଥାଲାସେମିଆ ରୋଗୀଙ୍କ ବାପା ଏହି ଅଭିଯୋଗ କରିବା ପରେ ଅନ୍ୟ ପିଲାଙ୍କୁ ଏଚଆଇଭି ସଂକ୍ରମିତ ରକ୍ତ ଦିଆଯାଇଥିବା ଜଣାପଡିଥିଲା। ପ୍ରାଥମିକ ତଦନ୍ତ ଅନୁଯାୟୀ, ରକ୍ତଭଣ୍ଡାରର କାର୍ଯ୍ୟରେ ଅନେକ ଅନିୟମିତତା ରହିଛି। ରକ୍ତ ନମୁନା ପରୀକ୍ଷାରେ ତ୍ରୁଟି, ରେକର୍ଡ ରକ୍ଷଣାବେକ୍ଷଣର ଅଭାବ ଏବଂ ସୁରକ୍ଷା ପ୍ରୋଟୋକଲ ପାଳନରେ ତ୍ରୁଟି ଥିବା ସୂଚନା ମିଳିଛି। ପ୍ରଥମ ସଂକ୍ରମିତ ଶିଶୁର ପରିବାର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ଦାଖଲ କରି ନ୍ୟାୟ ଦାବି କରିଛନ୍ତି। ସ୍ଥାନୀୟ ପ୍ରତିନିଧିମାନେ ମଧ୍ୟ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ପଶ୍ଚିମ ସିଂହଭୂମ ଜିଲ୍ଲାରେ ମୋଟ ୫୧୫ ଏଚଆଇଭି ପଜିଟିଭ ସଂକ୍ରମିତ ଥିବାବେଳେ ୫୬ ଜଣ ଥାଲାସେମିଆ ରୋଗୀ ରହିଛନ୍ତି।

Latest Posts

Don't Miss