ରୋପ-ୱେ ଛିଡ଼ିବା ଘଟଣା: ୪୫ ଘଣ୍ଟା ପରେ ସରିଲା ଉଦ୍ଧାର କାର୍ଯ୍ୟ, ଖସି ପଡ଼ିଥିବା ମହିଳା ମୃତ

1 min read
Jharkhand Ropeway Accident Rescue Operation Completed 3 Death

ଦେବଘର: ଝାଡ଼ଖଣ୍ଡର ଦେବଘର ତ୍ରିକୁଟ ପର୍ବତରେ ରୋପ-ୱେରୁ ଫସିଥିବା ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ପ୍ରାୟ ୪୫ ଘଣ୍ଟାର ସଂଘର୍ଷ ପରେ ଆକାଶରେ ଝୁଲୁଥିବା ଲୋକଙ୍କୁ ବଞ୍ଚାଇ ଦିଆଯାଇ ପାରିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର କାର୍ଯ୍ୟ ବେଳେ ପ୍ରାଣ ହରାଇଛନ୍ତି ୨ ଜଣ ।

Jharkhand Ropeway Accident Rescue Operation Completed 3 Death

ରବିବାର ଅପରାହ୍ଣ ୪ଟାରେ ରୋପ-ୱେ ଟ୍ରଲି ପରସ୍ପର ଭିତରେ ଧକ୍କା ହୋଇଥିଲା । ଫଳରେ ପ୍ରାୟ ୬ଟି ରୋପୱେ ଅଧା ଆକାଶରେ ଝୁଲି ରହିଥିଲା । ଆଉ ଏହି ରୋ-ୱେରେ ୫୦ରୁ ଅଧିକ ଲୋକ ଭଗବାନଙ୍କ ଭରସାରେ ଫସି ରହିଥିଲେ । ଦୁର୍ଘଟଣାରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେନା, ଆଇଟିବିପି, ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ୪୫ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ କରି ଲୋକଙ୍କୁ ସୁରକ୍ଷିତ ବାହାର କରିଥିଲେ ।

ଏହି ଦୁର୍ଘଟଣାରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଜଣେ ମହିଳାଙ୍କର ମୃତ୍ୟୁ ରସିରୁ ଖସିଯିବାରୁ ହୋଇଛି । ଆଇଟିବିପି ଅନୁସାରେ, ଉଦ୍ଧାର କାର୍ଯ୍ୟ ବହୁତ କଷ୍ଟସାଧ୍ୟ ଥିଲା । ଲୋକ ହଜାର ହଜାର ମିଟର ଉଚ୍ଚରେ ଆକାଶରେ ଝୁଲି ରହିଥିଲେ । ସେମାନଙ୍କ ନିକଟରେ ପହଞ୍ଚିବା ମଧ୍ୟ ସମ୍ଭବ ନଥିଲା । ଫସିଥିବା ଲୋକଙ୍କୁ ଡ୍ରୋନ୍ ଜରିଆରେ ଖାଇବା ଓ ପିଇବାକୁ ଦିଆଯାଇଥିଲା ।

Jharkhand Ropeway Accident Rescue Operation Completed 3 Death

ଦୁର୍ଘଟଣା ପରେ ସୋମବାର ରୋପ-ୱେରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସନ୍ଧ୍ୟାରେ ଅନ୍ଧାର ପାଇଁ ଉଦ୍ଧାର କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ଏହି ଦୁର୍ଘଟଣା ପାଇଁ ଦାୟୀ ଥିବା ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝାଡ଼ଖଣ୍ଡ ସରକାର କହିଛନ୍ତି ।