ହଟୁନି ଝାଡ଼ଖଣ୍ଡ ସସପେନ୍ସ, ସୂତାଖିଅରେ ସୋରେନଙ୍କ ଭାଗ୍ୟ

1 min read

ରାଞ୍ଚି: ହଟୁନି ଝାଡ଼ଖଣ୍ଡ ସସପେନସ । ସଙ୍କଟରେ ହେମନ୍ତ ସୋରେନ ସରକାର । ମାଇନିଂ ଲିଜକୁ ନେଇ ସୂତାଖିଅରେ ସୋରେନଙ୍କ ଭାଗ୍ୟ । ରାଜ୍ୟପାଳ ରମେଶ ବୈଶଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏନେଇ ହୋଇପାରୁନି କୌଣସି ନିର୍ଣ୍ଣୟ । ହେମନ୍ତ କହିଛନ୍ତି- ସବୁକିଛି ନିଷ୍ପତ୍ତି ରାଜ୍ୟପାଳଙ୍କ ଉପରେ ନିର୍ଭର କରୁଛି ।

ସେପଟେ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ପୁଣି ବିଧାୟକଙ୍କ ସହ ଛୁଟିରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ନେଇ ଉଦବେଗ ବ୍ୟକ୍ତ କରିଛି ରାଜ୍ୟ କଂଗ୍ରେସ । ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ରାଜଭବନ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ଘୋଷଣା କରାଯାଉ ବୋଲି ଅପିଲ କରିଛନ୍ତି ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର । ସରକାର ଭାଙ୍ଗିବା ଆଶଙ୍କା ଭିତରେ ଝାଡଖଣ୍ଡରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ ।