୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ନିର୍ବାଚନ, ଡିସେମ୍ବର ୨୩ରେ ଭୋଟ୍ ଗଣତି

1 min read

ନୂଆଦିଲ୍ଲୀ: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆଜି ନୂଆଦିଲ୍ଲୀରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ୫ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୮୧ଟି ଆସନରେ ମତଦାନ ହେବ । ଡିସେମ୍ବର ୨୩ ତାରିଖରେ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା କହିଛନ୍ତି ।

SUNIL AR

ନଭେମ୍ବର ୩୦ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟରେ ଝାଡ଼ଖଣ୍ଡର ୧୩ଟି ଆସନରେ ମତଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୨୦ ଆସନ, ତୃତୀୟ ପର୍ଯ୍ୟାୟରେ ୧୭ ଆସନ, ଚତୁର୍ଥ ପର୍ଯ୍ୟାୟରେ ୧୫ ଆସନ ଓ ପଞ୍ଚମ ପର୍ଯ୍ୟାୟରେ ୧୬ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । ୧୩ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏଥିରେ ୬୭ଟି ବିଧାନସଭା କ୍ଷେତ୍ର ରହିଛି । ସାଧାରଣ ନିର୍ବାଚନ ପରେ ଏହା ତୃତୀୟ ରାଜ୍ୟ ନିର୍ବାଚନ । ')}

Leave a Reply