ସୋରେନଙ୍କ ସଦସ୍ୟତାକୁ ନେଇ ଆଜି ଆସିପାରେ ରାଜ୍ୟପାଳଙ୍କ ନିଷ୍ପତ୍ତି

ରାଞ୍ଚି: ସଙ୍କଟରେ ସୋରେନ ସରକାର । ମାଇନିଂ ଲିଜକୁ ନେଇ ସୂତାଖିଅରେ ସୋରେନଙ୍କ ଭାଗ୍ୟ । ଆଜି ଆସିପାରେ ରାଜ୍ୟପାଳଙ୍କ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଦସ୍ୟତା ରଦ୍ଦକୁ ନେଇ ବଡ଼ ଘୋଷଣା କରିପାରନ୍ତି ରାଜ୍ୟପାଳ ରମେଶ ବୈଶ । ସେପଟେ ଘୋର ରାଜନୈତିକ ସଙ୍କଟ ଭିତରେ ବିଧାୟକଙ୍କ ସହ ପିକନିକ କରୁଛନ୍ତି ସୋରେନ୍ ।

କଂଗ୍ରେସ ବିଧାୟକଙ୍କ ଦଳ ବଦଳ ଚର୍ଚ୍ଚା ଭିତରେ ମୁଖ୍ୟମନ୍ତ୍ରୀ ପୁଣି ବିଧାୟକଙ୍କ ସହ ଛୁଟିରେ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟପାଳଙ୍କ ନିଷ୍ପତ୍ତିରେ ବିଳମ୍ବକୁ ନେଇ ଉଦବେଗ ବ୍ୟକ୍ତ କରିଛି ରାଜ୍ୟ କଂଗ୍ରେସ । ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ରାଜଭବନ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ଘୋଷଣା କରାଯାଉ ବୋଲି ଅପିଲ କରିଛନ୍ତି ଝାଡଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ରାଜେଶ ଠାକୁର । ସରକାର ଭାଙ୍ଗିବା ଆଶଙ୍କା ଭିତରେ ଝାଡଖଣ୍ଡରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ । ସରକାର ଭାଙ୍ଗିବା ଆଶଙ୍କା ଭିତରେ ବିଧାୟକମାନଙ୍କୁ ପଶ୍ଚିମବଙ୍ଗ କିମ୍ବା ଛତିଶଗଡ଼ ପଠାଇବାକୁ ଯୋଜନା ଚାଲିଛି ବୋଲି ଚର୍ଚ୍ଚା ହେଉଛି ।