ଓଡିଶା ଛାଡ଼ିଛି ୟାସ, ଝାଡଖଣ୍ଡରେ ଜାରି ରହିଛି ବର୍ଷା-ପବନ

ଭୁବନେଶ୍ୱର: ଉତ୍ତର ଓଡିଶାରେ ବିଭିଷୀକା ରଚିବା ପରେ ଏବେ ପଡୋଶୀ ରାଜ୍ୟରେ ପହଁଚିଛି ବାତ୍ୟା ‘ୟାସ’। ଭଦ୍ରକ, ବାଲେଶ୍ୱରରେ ବିଶେଷ କ୍ଷୟକ୍ଷତି ଘଟିଥିବାବେଳେ ଏବେ ମଧ୍ୟ ଅନେକ ଅଞ୍ଚଳରୁ ବିଛିନ୍ନ ଲୋକେ । ସେପଟେ ରାଜ୍ୟ ସରକାର ଜାରି ରଖିଛନ୍ତି କ୍ଷୟକ୍ଷତି ଆକଳନ । ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ବାତ୍ୟା ୟାସ ଓଡିଶା ସୀମା ଅତିକ୍ରମ କରିବା ପରେ ଝାଡ଼ଖଣ୍ଡରେ ପହଁଚିଛି ।

ଝାଡଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବାତ୍ୟାର ପ୍ରକୋପ ଜାରି ରହିଛି । ପବନର ଗତି ସେତେ ପ୍ରଭାବଶାଳୀ ନଥିଲେ ସୁଦ୍ଧା କିଛି ଲୋକେ କ୍ଷତି ହୋଇଛନ୍ତି । ଆସନ୍ତା ୬ ଘଣ୍ଟା ପର୍ଯ୍ୟନ୍ତ ବାତ୍ୟା ୟାସର ପ୍ରଭାବ ଜାରି ରହିବ । ସେପଟେ ବାଲେଶ୍ବରରେ ସ୍ଥଳ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ପବନର ଗତି ।

Leave a Reply