ନନ୍ଦିଘୋଷ ବ୍ୟୁରୋ : ଏବେ ପିଲାମାନଙ୍କ ସହ ପାଠ ପଢିବେ ବାପାମାଆ । ଯେଉଁମାନେ ଲେଖାପଢା ଜାଣିନାହାନ୍ତି ସେମାନଙ୍କୁ ଏଭଳି ଶିକ୍ଷା ଦିଆଯିବ । ଝାଡଖଣ୍ଡ ସରକାର ଉଲ୍ଲାସ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ଶିକ୍ଷା ଯୋଗାଇ ଦେବେ । ଏହି ଯୋଜନାର ଶୁଭାରମ୍ଭ ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାରେ କରାଯାଇଛି । ଏହି ଯୋଜନା ଅନୁଯାୟୀ ଲେଖାପଢା ଅସୁନଥିବା ଛାତ୍ରଛାତ୍ରୀଙ୍କ ବାପାମାଆଙ୍କ ସମେତ ଅଞ୍ଚଳରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଚିହ୍ନଟ କରିବା ପାଇଁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ଲୋକଙ୍କୁ ଶିକ୍ଷାଦାନ ପାଇଁ ସ୍କୁଲରେ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ପଢିବା, ଲେଖିବା ସହ ଜରୁରୀ ବିଷୟରେ ମଧ୍ୟ ଶିକ୍ଷାଦାନ କରାଯିବ । ଯେମିତି ସେମାନେ ସ୍ବାକ୍ଷର ହୋଇପାରିବେ । ଏହାର ଲକ୍ଷ୍ୟ ପୁରା ଝାଡଖଣ୍ଡକୁ ସ୍ବାକ୍ଷର କରିବା । ଏଥିପାଇଁ ଉଲ୍ଲାସ ଆପ ମାଧ୍ୟମରେ ଅନଲାଇନ ସର୍ଭେ କରାଯିବ । ସବୁ ସ୍କୁଲ ନିଜ ଅଞ୍ଚଳର ପଢା ଲିଖା ଜାଣିନଥିବା ଲୋକଙ୍କ ନାଁ ଅପଲୋଡ କରିବେ । ଏହାପରେ ସେମାନଙ୍କୁ ପ୍ରତିଦିନ ଶିକ୍ଷାଦାନ କରାଯିବ । ଏହା ୨୦୨୬-୨୭ ଶିକ୍ଷା ବର୍ଷ ପିଲାମାନଙ୍କ ସହ ଆରମ୍ଭ କରାଯିବ ।
ଏହି ଯୋଜନା ମାଧ୍ୟମରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ କ୍ଲାସ ଦିଆଯିବ । ଯେଉଁଥିରେ ପଢିବା, ଲେଖିବା ଠାରୁ ଆରମ୍ଭ କରି ଜରୁରୀ ବିଷୟରେ ଶୀକ୍ଷାଦାନ ଦିଆଯିବ । ଶେଷରେ ସମସ୍ତଙ୍କର ପରୀକ୍ଷା ଦିଆଯିବ । ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ସମ୍ମାନୀତ କରାଯିବା ସହ ସ୍ବାକ୍ଷରତା ପ୍ରମାଣ ପତ୍ର ପ୍ରଦାନ କରାଯିବ ।

