ପୁରୀ ସମୁଦ୍ରରେ ଭାସିଗଲେ ଝାଡଖଣ୍ଡ ସିଏମଓର କର୍ମଚାରୀ

ପୁରୀ: ସମୁଦ୍ରରେ ଗାଧେଇବା ସମୟରେ ବୁଡ଼ିଯାଇ ଯୁବକ ମୃତ । ଝାଡଖଣ୍ଡ ସିଏମଓରେ କାର୍ଯ୍ୟରତ ଥିଲେ ଯୁବକ । ମୃତ ଯୁବକ ହେଲେ ବିଶାଲ ଓରାମ । ରାଞ୍ଚି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୧ଜଣଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଅପରାହ୍ନରେ ବେଳାଭୂମିରେ ଗାଧେଇବା ସମୟରେ ଘଟିଲା ଅଘଟଣ ।
ଗାଧେଇବା ସମୟରେ ଵିଶାଲ ଭାସିଯାଇଥିଲେ । ପରେ ଏନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ରେସକ୍ୟୁ ଅପରେସନ କରାଯାଇଥିଲା । ହେଲେ ଉଦ୍ଧାର ହେବା ବେଳକୁ ସେ ମୃତ ଥିବା ଜଣାପଡିଥିଲା । ଏକ ଅପମୃତ୍ୟୁ ମାମଲା ଥାନାରେ ରୁଜୁ ହେବା ସହ ଅଧିକ ତଦନ୍ତ କରାଯାଉଛି ।