spot_img

Latest Posts

ରାକେଶକୁ ଜେରା କରୁଛି କୁଆଖିଆ ଥାନା ପୋଲିସ, ଜେରା ପରେ ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ

ଯାଜପୁର: ଖୋଲୁଛି ଆର୍‌ଡି ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଖୋଲିବ ମର୍ଡର ମିଷ୍ଟ୍ରି। ଗିରଫ ପରେ ଝରାଫୁଲଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାନିଛି ରାକେଶ। ଉଭୟ ପରସ୍ପରକୁ ଭଲ ପାଉଥିବା ରାକେଶ ମଧ୍ୟ ସ୍ୱୀକାର କରିଛି। ଗତକାଲି ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ମୃତ ଝରାଫୁଲଙ୍କ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ ଆତ୍ମସର୍ମପଣ କରିଥିଲା। ରାକେଶକୁ ଭୁବନେଶ୍ୱରରୁ ଗିରଫ କରିବା ପରେ କୁଆଖିଆ ଥାନାରେ ଚାଲିଛି ପଚରାଉଚରା।

ଏଥିରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ତଥା ରାକେଶର ସହଯୋଗୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଖୁବଶୀଘ୍ର ତାକୁ ଗିରଫ କରାଯାଇ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଯିବ ବୋଲି ଯାଜପୁର ରୋଡ଼ SDPO ସୂଚନା ଦେଇଛନ୍ତି। ଝରାଫୁଲଙ୍କ ପରିବାର ହତ୍ୟା ଘଟଣାରେ ରାକେଶର ସଂପୃକ୍ତି ନେଇ ସନ୍ଦେହ କରିଥିଲେ। ରାକେଶ ଫୋନ୍ ଓ ଭିଡିଓ କଲ୍‌ କରି ଝିଅକୁ ହଇରାଣ କରୁଥିବା ଝରାଫୁଲଙ୍କ ବାପା ଅଭିଯୋଗ କରିଥିଲେ। ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା। ଆଜି ଯାଜପୁର ଗସ୍ତ କରି ମାମଲା ନେଇ ଏସପିଙ୍କ ସହ ଆଲୋଚନା କରିବେ।

Latest Posts

Don't Miss