ଝରାଫୁଲ ମୃତ୍ୟୁ ମାମଲା, ସୁନ୍ଦରପଦା ଅଞ୍ଚଳରୁ ପୋଲିସ ଜବତ କଲା ସ୍କୁଟି

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଗୁରୁବାର ଦିନ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରୁ କୁଆଖିଆ ପୋଲିସ ଏକ ସ୍କୁଟି ଜବତ କରିଛି। ଯେଉଁ ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନିଆଯାଇଥିଲା ।

ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ନେଇ ଯାଜପୁର ରାଜେନ୍ଦ୍ରପୁରର ରାସ୍ତାକଡ଼ରେ ଫିଙ୍ଗିଥିଲା ବୟଫ୍ରେଣ୍ଡ ରାକେଶ ସ୍ୱାଇଁ । ଆଉ ଯେଉଁଥିରେ ରାକେଶର ସାଙ୍ଗ ଶେଖର ସହଯୋଗ ମଧ୍ୟ କରିଥିଲା।

ଉଲ୍ଲେଖଯୋଗ୍ୟ, ରିମାଣ୍ଡ ଅବଧି ମଧ୍ୟରେ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ମାରାଥନ ଜେରା କରୁଛି ପୋଲିସ। ରିମାଣ୍ଡ ସମୟର ଜେରା ବେଳେ ପ୍ରକୃତ ସତ ଲୁଚାଉଛି ରାକେଶ । ତେଣୁ ରାକେଶର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ କୁଆଖିଆ ପୋଲିସ ଏନେଇ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ଗତକାଲି ଭୁବନେଶ୍ୱର ଧର୍ମବିହାର ଗେଷ୍ଟ ହାଉସରେ ରହସ୍ୟମୟ ରାତିରେ କଣ ଘଟିଥିଲା ଡେମୋ ଦେଖାଇଥିଲା ବୟଫ୍ରେଣ୍ଡ ରାକେଶ। ବାଣୀବିହାରରୁ ଧର୍ମବିହାର ପୁରା ରୁଟରେ ହୋଇଥିଲା କ୍ରାଇମ ସିନ୍ ରିକ୍ରିଏସନ ।

ଗେଷ୍ଟହାଉସର ୨୦୧ ନମ୍ବର ରୁମରେ ପୋଲିସ କରିଥିଲା ସିନ୍ ରିକ୍ରିଏଟ୍ । ଏଥିସହ ଗେଷ୍ଟ ହାଉସର କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ ହୋଇଛି । କେଉଁ ପରିଚୟ ଦେଇ ଗେଷ୍ଟ ହାଉସରେ ଏଣ୍ଟ୍ରି କରିଥିଲେ ଝରା ଓ ରାକେଶ । ସେ ଦିନର ଦୁଇ ଜଣଙ୍କର ଚାଲିଚଳନ କେମିତି ଥିଲା । ଏଭଳି କିଛି ପ୍ରଶ୍ନ କରିଛି ପୋଲିସ ।

Leave a Reply