ରାକେଶ କହିଲା ଝରାଫୁଲଙ୍କ ଶେଷରାତିର କାହାଣୀ, ରିମାଣ୍ଡ ପାଇଁ ପୋଲିସର ଆବେଦନ

Jharaphul Death Case, Police Seeks Five Remand Of Accused Rakesh Swain

ଯାଜପୁର/ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ ମାମଲା । ତିନି ଦିନ ପରେ ବି ତନାଘନା ଚଳାଇଛି ପୋଲିସ । ଏବେ ବି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେପଟେ କେମିତି ମଲେ ଝରାଫୁଲ ? ପୋଲିସ ଆଗରେ ବଖାଣିଛି ରାକେଶ । ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୋଲିସ ।

Jharaphul Death Case, Police Seeks Five Remand Of Accused Rakesh Swain

ସସପେନ୍ସରେ ଝରାଫୁଲ ଡେଥ୍ ମିଷ୍ଟ୍ରି । କେମିତି ମଲେ ଝରାଫୁଲ ? ୨୬ ତାରିଖର ରାତିର ସତ କ’ଣ ? ପୋଷ୍ଟମର୍ଟମ ରିପୋର୍ଟ କହିବ ମୃତ୍ୟୁ ପଛର କାରଣ । ଧୀରେ ଧୀରେ ଫିଟିବାରେ ଲାଗିଛି ମୃତ୍ୟୁର ରହସ୍ୟ । କେମିତି ହେଲା ମୃତ୍ୟୁ, ପୋଲିସ ଆଗରେ ବଖାଣିଛି ରାକେଶ । ମୃତ୍ୟୁର ପୂର୍ବ ରାତିରେ ନିଜ ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ସହ ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରେ ଥିଲେ ଝରାଫୁଲ । ପରଦିନ ରାକେଶ ନିଜର ଜଣେ ବନ୍ଧୁଙ୍କ ସହ ଏକ ସ୍କୁଟର ଯୋଗେ ଝରାଫୁଲଙ୍କୁ ଉକ୍ତ ଗେଷ୍ଟ ହାଉସରୁ ବାହାରକୁ ନେଇଥିଲେ । ଗେଷ୍ଟ ହାଉସ ନିକଟରେ ଥିବା ଅନ୍ୟ ଏକ ସିସିଟିଭିରେ ଏହି ଚିତ୍ର କଏଦ ହୋଇଛି । ୨୭ ତାରିଖ ଦିନ ସକାଳ ୭ଟା ୨୧ ମିନିଟ୍ ସମୟରେ ଜଣେ ସହଯୋଗୀଙ୍କ ସହାୟତାରେ ଯାଜପୁର ଯାଇଥିଲେ । ସେପେଟ ରାକେଶଙ୍କ ବିରୋଧରେ ଲଗିଛି ସଂଗୀନ ଦଫା ।  ୩୦୨ ହତ୍ୟାକାଣ୍ଡ, ୨୦୧ ତଥ୍ୟ ପ୍ରମାଣ ନଷ୍ଟ କରିବା ଓ ଏସିଏସଟି ଆକ୍ଟ । ମହିଳା କମିଶନ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିଛନ୍ତି ।

Jharaphul Death Case, Police Seeks Five Remand Of Accused Rakesh Swain

ରାକେଶ ଶୁଣାଇଛନ୍ତି ଝରାଫୁଲ ମୃତ୍ୟୁ ଥିଓରୀ । ୨୪ ତାରିଖ ଦିନ ଝରାଫୁଲ ଭୁବନେଶ୍ୱର ଆସି ଦିନ ସାରା ରାକେଶ ସହ ବୁଲିଥିଲେ । ସନ୍ଧ୍ୟାରେ ଆର୍‌ଡିରୁ ଲୋକଲ ଗାର୍ଡିଆନ ଚକ୍ରଧର ବେହେରା ତାଙ୍କୁ ଘରକୁ ନେଇଥିଲେ । ୨୬ ତାରିଖ ଦିନ ଦଶଟା ଯାଏଁ ଝରାଫୁଲ ଚକ୍ରଧରଙ୍କ ଘରେ ରହିଥିଲେ । ଏହାପରେ ନିଜ ଗାଁକୁ ଯିବା ପାଇଁ ବସରେ ବସିଥିଲେ । କିନ୍ତୁ ଗାଁକୁ ନଯାଇ ରାକେଶକୁ ଫୋନ କରି ଦେଖା କରିବା ପାଇଁ ଡାକିଥିଲେ । ସାରା ଦିନ ଦୁହେଁ ବୁଲିବା ସହ ରାତିରେ ଗେଷ୍ଟ ହାଉସରେ ରହିଥିଲେ । ସକାଳୁ ଝରାଫୁଲଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ ରାକେଶ । ଭୟଭୀତ ହୋଇ ତାଙ୍କ ସାଙ୍ଗକୁ ଫୋନ୍ କରି ସ୍କୁଟିରେ ବସାଇ ମୃତଦେହକୁ କୁଆଖିଆ ନିକଟରେ ଫିଙ୍ଗି ଦେଇଥିଲେ ।

Jharaphul Death Case, Police Seeks Five Remand Of Accused Rakesh Swain

ପୋଲିସ ଆଗରେ ରାକେଶ ଏକଥା ସ୍ୱୀକାର କରିଥିବା ଜଣାପଡ଼ିଛି । ହେଲେ ରାକେଶ କେତେ ସତ କହୁଛି ତାହା ତଦନ୍ତ ସାପେକ୍ଷ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଝରାଫୁଲ ମୃତ୍ୟୁ କାରଣ ସ୍ପଷ୍ଟ ହେବ । ଝରାଫୁଲଙ୍କ ରହସ୍ୟଜନକ ମୁତ୍ୟୁରେ ଆସିବାରେ ଲାଗିଛି ନୂଆ ନୂଆ ଥିଓରୀ । ରାକେଶ ହଇରାଣ ହରକତ କରୁଥିବା ଓ ପ୍ରେମ ବ୍ୟାପାରକୁ ନେଇ ବାପା ଥାନାରେ ଅଭିଯୋଗ କରିଛନ୍ତି । ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି ଝାରଫୁଲଙ୍କ ବାପା । ଝରାଫୁଲଙ୍କୁ ରମାଦେବୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନ୍ୟପଟେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ହତ୍ୟାକାରୀକୁ ଫାଶୀ ଦେବାକୁ ଦାବି କରିଛି ।

Leave a Reply