ସୁପରିଟେଣ୍ଡେଣ୍ଟଙ୍କ ମାନବିକତା; ବିକ୍ରି ହୋଇଥିବା କଏଦୀଙ୍କ ପୁଅକୁ ଫେରାଇ ଆଣିଲେ

ଭୁବନେଶ୍ୱର: ମାନବିକତା ଦେଖାଇଲେ ଭୁବନେଶ୍ୱର ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ । ବିକ୍ରି ହୋଇଥିବା କଏଦୀଙ୍କ ପୁଅକୁ ଫେରାଇଆଣିଲେ ସୁପରିଟେଣ୍ଡେଣ୍ଟ୍ ସରୋଜ କୁମାର ବିଶ୍ୱାଳ । ସୂଚନା ଅନୁଯାୟୀ, ଜେଲର ଜଣେ ବିଚାରାଧୀନ କଏଦୀଙ୍କ ସ୍ତ୍ରୀ ଓ ନାବାଳକ ପୁତ୍ର ବାହାରେ ରହୁଥିଲେ । ପିଲାଟିକୁ ତାର ମା’ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ ।

ଏକଥା କଏଦୀ ଜଣକ ଜାଣିବାକୁ ପାଇ ଜେଲ୍ ଅଧିକ୍ଷକ ସରୋଜ ବିଶ୍ୱାଳଙ୍କୁ ଅବଗତ କରିବା ସହ ନିଜ ପୁଅକୁ କିଭଳି ଫେରି ପାଇବେ ସେ ନେଇ ଅନୁରୋଧ କରିଥିଲେ । ଯାହାକୁ ଗୁରୁତର ସହ ନେଇ ତତ୍ପରତା ପ୍ରକାଶ କରିଥିଲେ ଜେଲ୍ ସୁପରିଟେଣ୍ଡେଣ୍ଟ୍ । କୋଲକାତାରୁ ପିଲାଟିକୁ ଠାବ କରିବା ପରେ ଶେଷରେ ପିଲାଟିକୁ ଭୁବନେଶ୍ୱର ଫେରାଇ ଆଣିବାରେ ସଫଳ ହୋଇଥିଲେ । ଶେଷ ଖବର ସୁଦ୍ଧା, ନାବାଳକ ପିଲାଟିର ଭବିଷ୍ୟତ ଲାଳନପାଳନ ପାଇଁ ତାକୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିବାକୁ ବିଚାରାଧୀନ ବନ୍ଦୀ ଜଣକ ଲିଖିତ ଅନୁରୋଧ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଧୀକ୍ଷକ । ଜେଲ୍ ଅଧୀକ୍ଷକଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply