ଜୟପୁର ଉପ-କାରାଗାରରେ ଚଢ଼ାଉ: ନଗଦ ୧୮ ହଜାର ଟଙ୍କା, ମୋବାଇଲ୍ ଫୋନ୍ ଜବତ

1 min read

ଜୟପୁର: ଉପ-କାରାଗାରରେ ଚଢ଼ାଉ । କଏଦୀଙ୍କଠାରୁ ୧୮ହଜାର ୨୦୬ ଟଙ୍କା, ଗୋଟିଏ ଏମଆଇ ରେଡ୍‌ମି ମୋବାଇଲ ଫୋନ୍, ୩ଟି ଏକ୍ସରସାଇଜ ଡମ୍ବଲ, ୩ଟି ଷ୍ଟିଲ୍ ରଡ୍‌, କିଛି ଟବାକୋ ପ୍ୟାକେଟ୍ ଓ ଗୋଟିଏ ୧୬ ଜିବିର ପେନଡ୍ରାଇଭ ଜବତ ହୋଇଛି । କୋରାପୁଟ ଏସପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ବରେ ରେଡ୍ କରାଯାଇଥିଲେ । ଅତିରିକ୍ତ ଏସପିଙ୍କ ସମେତ ୨ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର ବିଭିନ୍ନ ୱାର୍ଡରେ ଚଢାଉ କରିଥିଲେ । ଜୟପୁର ଉପ- କାରାଗାରର ସମସ୍ତ ୮ଟି ପୁରୁଷ ଓ ଗୋଟିଏ ମହିଳା ୱାର୍ଡରେ ତଲାସି କରାଯାଇଥିଲା । ଜେଲ୍ ଭିତରେ କଏଦୀମାନେ କିଛି ବେଆଇନ ଜିନିଷ ରଖିଥିବା ଖବର ମିଳିବା ପରେ ରେଡ୍ କରାଯାଇଥିଲା । ତେବେ ଜେଲ୍ ଅନ୍ତେବାସୀଙ୍କ ପାଖକୁ ଏସବୁ ବେଆଇନ ସାମଗ୍ରୀ କେମିତି ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୬୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ

Leave a Reply