ସଫଳ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ପ୍ରୟାସ: ଏପ୍ରିଲରେ ଜୟପୁରରୁ ଉଡ଼ିବ ବିମାନ

1 min read

ଜୟପୁର: ଜୟପୁରରୁ ଉଡ଼ିବ ବିମାନ । ରାଜ୍ୟ ସରକାରଙ୍କ ବହୁ ପ୍ରୟାସ ପରେ ମିଶନ ସଫଳ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଡିଜିସିଏର ଅନୁମତି ପୁର୍ବରୁ ଏୟାରଷ୍ଟ୍ରିପରେ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରି ବିଶେଷଜ୍ଞ ଦଳ ଫେରିବା ପରେ ଏହି ଆଶା ଉଜ୍ଜ୍ୱଳ ହୋଇଛି । ବିମାନ ଚଳାଚଳ ପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଯାହାକୁ ନେଇ ଜିଲ୍ଲା ବାସୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

ଜୟପୁରବାସୀଙ୍କ ପାଇଁ ଖୁସିର ଖବର । ଅତିଶୀଘ୍ର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ଭିତ୍ତିଭୂମି ଯାଞ୍ଚ କରି ଫେରିଛନ୍ତି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ବିଶେଷଜ୍ଞ । ପ୍ରାଥମିକ ପର୍ଯ୍ୟାୟରେ ୯ସିଟ ବିଶିଷ୍ଟ ବ୍ୟବସାୟିକ ବିମାନ ଉଡାଣ ପାଇଁ ଜୟପୁର ଏୟାର ଷ୍ଟ୍ରିପରେ ପ୍ରସ୍ତୁତି ସରିଛି । କୋଡ୍ ବି ଏୟାରକ୍ରାଫ୍ଟ ଚଳାଚଳ ଲାଗି ସମସ୍ୟା ନାହିଁ । ବର୍ତ୍ତମାନର ଭିତ୍ତିଭୂମି ଅନୁଯାୟୀ ଏଠାରୁ ସି – ୨୦୬ ଇଏକ୍ସ , ଏମ୍ -୨୮ ଏବଂ ବି – ୧୯୦୦ -ଡି ବିଶିଷ୍ଟ ବିମାନ ଉଡିପାରିବ । ୯ ସିଟ୍ କ୍ଷମତା ସମ୍ପନ୍ନ ବିମାନ ଚଳାଚଳ ଲାଗି ଇଣ୍ଡିଆ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରାଯାଇଛି । ବିମାନ ଚଳାଚଳ ପାଇଁ ଅନଲାଇନ୍‌ରେ ଆବେଦନ ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର DGCA ଓ ଵ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ଟିମର ଯାଞ୍ଚ ଓ ଅନୁମତି ପରେ ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ବିମାନ ଚଳାଚଳ ଆରମ୍ଭ ହେବା ନେଇ ସୂଚନା ମିଲିଛି ।

ରନଓ୍ୱେ ମାର୍କ , ସିସିଟିଭି କ୍ୟାମେରା , ଅଗ୍ନି ନିରାପତ୍ତା ବ୍ୟବସ୍ଥା , ଅବସ୍ଥାପିତ ହୋଇଥିବା ଯନ୍ତ୍ରପାତି ଯାଞ୍ଚ , ମେଟାଲ ଡିଟେକ୍ଟର , ପାସେଞ୍ଜର ଇନଫର୍ମେସନ ଡିସ୍‌ ସିଷ୍ଟମ୍, ଏଟିସି ଟାଓ୍ୱାର, ଆପ୍ରୋଚ ରୋଡ, ସୁରକ୍ଷା ସହ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ବେଳେ କେତେକ ତ୍ରୁଟି ସଂଶୋଧନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବିମାନ ଚଳାଚଳ ଖବର ଜିଲ୍ଲା ବାସୀଙ୍କୁ ଖୁସି ଦେଇଥିବା ବେଳେ ରାଜ୍ୟ ସରକାର ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ୭ବର୍ଷରେ ‘ଆହାର’ ଯୋଜନା : ଗୋଟିଏ ଦିନରେ ଦେଢ଼ ଲକ୍ଷ ଭୋକିଲା ଲୋକେ ହେଉଛନ୍ତି ଉପକୃତ