ଆଇଜି ପାର୍କ ନିକଟରୁ ମିଳିଲା ଜୁଏଲାରୀ ଥିବା ବ୍ୟାଗ୍

ଭୁବନେଶ୍ୱର: ରାସ୍ତା କଡରୁ ମିଳିଲା ଜୁଏଲାରୀ ଥିବା ବ୍ୟାଗ୍ । ଭୁବନେଶ୍ବର କ୍ୟାପିଟାଲ ଥାନା ଆଇଜି ପାର୍କ ନିକଟରୁ ମିଳିଲା ବ୍ୟାଗ । ବ୍ୟାଗ ଭିତରେ ଚେନ, ମଙ୍ଗଳସୁତ୍ର ଓ ଅନ୍ୟ ଆସବାବପତ୍ର ଅଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଯାଞ୍ଚ ପରେ ବ୍ୟାଗ କ୍ୟାପିଟାଲ ଥାନାକୁ ନିଆଯାଇଛି । ଚୋରି ପରେ ବ୍ୟାଗଟିକୁ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ବ୍ୟାଗରେ ଥିବା ଜୁଏଲାରୀ ସୁନା ହୋଇନଥିବା ସନ୍ଦେହ । ଚୋରି କେସ ଦେଇଥିବା ଲୋକଙ୍କୁ ଏ ସମ୍ପର୍କରେ ଜଣାଇବ ପୋଲିସ । ଯଦି କାହାର ହଜିଥାଏ, ତେବେ ପ୍ରମାଣ ଦେଇ ଥାନାରୁ ନେଇପାରିବେ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।