ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜେଙ୍ଗାପୁର ବିଲିୟନ ଡଲାର କର୍ସ ୱେବସିରିଜର ଟିମ୍

ଭୁବନେଶ୍ୱର: ନବୀନ ନିବାସରେ ଜେଙ୍ଗାପୁର ବିଲିୟନ ଡଲାର କର୍ସ ର ଟିମ୍ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓ୍ବେବ ସିରିଜ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଓ୍ବେବ ସିରିଜ୍ ଭାରତ, ବର୍ମା, ଇଂଲଣ୍ଡ ଆଦି ଦେଶରେ ସମୁଦାୟ 110 ଦିନ ସୁଟିଂ ହେବ । ସୋନି ପିକଚର ବ୍ୟାନରରେ ନିର୍ମିତ ଏହି ଓ୍ବେବ ସିରିଜରେ ରହିଛି ୭ଟି ଅଧ୍ୟାୟ । ଏହି ଏନଭରମେଣ୍ଟାଲ ଥ୍ରୀଲର ଓ୍ବେବ ସିରିଜର ସୁଟିଂ ଓଡିଶାର କେନ୍ଦୁଝର ଏବଂ ଭୁବନେଶ୍ୱରରେ ୩୦ ଦିନ ହେଲା ଜାରି ରହିଛି ।

ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ନିର୍ଦ୍ଦେଶକ ନୀଳ ମାଧବ ପଣ୍ଡା । ଏଥିରେ ଟଲିଉଡର ବରିଷ୍ଠ ଅଭିନେତା ତଥା ବାହୁବଳୀ ଷ୍ଟାର ନାସିର ଓ ଫାରିଆ ଅବଦୁଲ୍ଲା, ମାଲିନି ପ୍ରମୁଖ ଅଭିନୟ କରିଛନ୍ତି । ଏହି ଟିମ୍ ସହ ୟୁକେର ଡେପୁଟି କମିଶନର ମିଷ୍ଟର ୟାମୀ ଆଜି ଭୁବନେଶ୍ୱରକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ପ୍ରଥମ ଥର ପାଇଁ ଓଡିଶାକୁ ଆସି ବେଶ ଖୁସି ବ୍ୟକ୍ତ କରିଛନ୍ତି ଅଭିନେତା ନାସିର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଶି ତାଙ୍କର ବ୍ୟକ୍ତିତ୍ବକୁ ପ୍ରଶଂସା କରିବା ସହ ସେ ଜଣେ ବାପତୁଲ୍ୟ ମଣିଷ ବୋଲି କହିଛନ୍ତି । ସୁଯୋଗ ମିଳିଲେ ଭବିଷ୍ୟତରେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି କହିଛନ୍ତି ଅଭିନେତା ନାସୀର । ଏହି ଓ୍ବେବ ସିରିଜ ଆସନ୍ତାବର୍ଷ ଜୁଲାଇ ମାସରେ ରିଲିଜ ହେବ ।