spot_img

Latest Posts

ନିଜ ପଦରୁ ଇସ୍ତଫା ଦେଲେ ଆମାଜନର ପ୍ରତିଷ୍ଠାତା

ୱାଶିଂଟନ: ନିଜ ପଦରୁ ଇସ୍ତଫା ଦେଲେ ବିଶ୍ୱର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି। ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ ବେଜୋଶ୍‌ ସେ ଇସ୍ତଫା ଦେଇସାରିଥିବା ବେଳେ ଚଳିତବର୍ଷ ଶେଷ ସୁଦ୍ଧା ସେ ନିଜ ପଦ ଛାଡ଼ିବେ ବୋଲି ଆମାଜନ ପକ୍ଷରୁ କୁହାଯାଇଛି। ବେଜୋଶଙ୍କ ସ୍ଥାନରେ AWS ସିଇଓ ଆଣ୍ଡି ଜେସି ସିଇଓ ଦାୟିତ୍ୱ ସମ୍ଭାଳିବେ।

ଜେସି ଏବେ ଆମାଜନ ୱେବ୍ ସର୍ବିସର ପ୍ରମୁଖ ପଦରେ ନିୟୋଜିତ ଅଛନ୍ତି । ସେପଟେ ଜେଫ୍ ବୋଜେସ୍ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପଦ ଛାଡ଼ିବା ପରେ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସମ୍ଭାଳିବେ। ବୋଜେସ୍ ଏକ ଚିଠି ଲେଖି ନିଜ କର୍ମଚାରୀଙ୍କୁ ନିଜର ଏହି ନିଷ୍ପତ୍ତି ଉପରେ ଅବଗତ କରାଇଛନ୍ତି। ସେ ଲେଖିଛନ୍ତି, ‘ଆଗାମୀ ଦିନରେ ମୁଁ ଆମାଜନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବି ଏବଂ ଆଣ୍ଡି ଜେସି କମ୍ପାନୀର ନୂଆ ସିଇଓ ହେବ।’

ଜେଫ୍ ଆହୁରି କହିଛନ୍ତି, ‘ଆମାଜନର ସିଇଓ ହେବା ଏକ ବଡ଼ ଦାୟିତ୍ୱ ଏବଂ ଏହାସହ ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବା କଷ୍ଟକର। ପୂର୍ବତନ ଅଧକ୍ଷ ଭାବରେ ମୁଁ ଆମାଜନର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡ଼ିକରେ ନିୟୋଜିତ ରହିବି କିନ୍ତୁ ମୋର ଯେତିକି ସମୟ ଏବଂ ଶକ୍ତି ଅଛି ତାକୁ ନେଇ ଏବେ ଡେ ୱାନ୍ ଫଣ୍ଡ, ଦ ବେଜୋସ୍ ଆର୍ଥ ଫଣ୍ଡ, ବ୍ଲୁ ଅରିଜିନ୍, ଦ ୱାଶିଂଟନ୍ ପୋଷ୍ଟ ସହ ମୋର ଅନ୍ୟ ସଉକ ଉପରେ ଧ୍ୟାନ ଦେବା ଆବଶ୍ୟକ।’

ସୂଚନାଯୋଗ୍ୟ, ୫୭ ବର୍ଷୀୟ ବେଜୋସ୍ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ପ୍ରତିଷ୍ଠା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସେ ଅନଲାଇନ୍ ରିଟେଲ୍ ଭାବେ ସାରା ଦୁନିଆରେ ପରିଚିତ କରାଇଥିଲେ। ଆଉ ଆଜି ଏହା ପ୍ରାୟ ୧.୩ ମିଲିୟନ ଲୋକଙ୍କୁ ଗୋଜଗୈାର ଦେଉଛି।

Latest Posts

Don't Miss