ନୂଆଦିଲ୍ଲୀ: ଆଇଆଇଟି ଜେଇଇର ମୁଖ୍ୟ ପରୀକ୍ଷା ସମୟରେ ସଫ୍ଟୱେୟାରରେ କଥିତ ହ୍ୟାକିଂ କରି ପେପର ଲିକ୍ କରାଇବା ମାମଲାରେ ଅଭିଯୁକ୍ତ ରୁଷୀୟ ନାଗରିକକୁ ଗିରଫ କରାଯାଇଛି । ତାକୁ ବିମାନବନ୍ଦରରୁ ଗିରଫ କରାଯାଇଛି । ସିବିଆଇ ନିଜ ହାତକୁ ମାମଲା ନେଇ ପଚରା ଉଚରା କରୁଛି । ତେବେ ସୂଚନାଅନୁଯାୟୀ, ଜଣେ ରୁଷୀୟ ନାଗରିକଙ୍କୁ ପଚରା ଉଚରା କରାଯାଉଛି ।

ଜେଇଇ ମେନ୍ସ ୨୦୨୧ ପେପର ଲିକ୍ ମାମଲାରେ ତା ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରାଯାଇଥିଲା । ଏହାରି ଆଧାରରେ କାଜାକିସ୍ତାନରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଇମିଗ୍ରେସନ ବିଭାଗ ତାକୁ ହେପାଜତକୁ ନେଇଥିଲା । ପେପର ଲିକ୍ ମାମଲାରେ ବ୍ୟକ୍ତିଜଣଙ୍କ ମୁଖ୍ୟ ହ୍ୟାକର ଥିଲା । ସିବିଆଇ ମୁତାବିକ ଆଇଇଟି ଜେଇଇ ପେପର ଲିକ୍ ମାମଲାର ତଦନ୍ତ ସମୟରେ ଜଣାଯାଇଛି ଯେ କିଛି ବିଦେଶୀ ନାଗରିକ ଜେଇଇ ମେନ୍ସ ସମେତ ଅନେକ ଅନଲାଇନ୍ ପରୀକ୍ଷାରେ ସଫ୍ଟୱେୟାରେ ଗଡ଼ବଡ଼ କରିଥିଲେ ।

ଏହି ସମୟରେ ଏହି ରୁଷୀୟ ନାଗରିକଙ୍କ ଭୂମିକାର ଖୁଲାସା ହୋଇଥିଲା, ଯିଏକି କଥିତ ଭାବେ ଆଇଲିଅନ ସଫ୍ଟୱେୟାର (ଯେଉଁ ସଫ୍ଟୱେୟାର ମାଧ୍ୟମରେ ପରୀକ୍ଷା ହେଉଥିଲା) ସହ ଗଡବଡ କରିଥିଲା । ଏବଂ ପରୀକ୍ଷା ସମୟରେ ସନ୍ଦିଗ୍ଧ ପରୀକ୍ଷାର୍ଥୀଙ୍କ କମ୍ପ୍ୟୁଟର ସିଷ୍ଟମକୁ ହ୍ୟାକ କରିବାରେ ଅନ୍ୟ ଅଭିଯୁକ୍ତଙ୍କ ସହାୟତା କରିଥିଲା । ଏହି କାରଣରୁ ଏହି ରୁଷୀୟ ନାଗରିକ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଏକ ବେସରକାରୀ ଶିକ୍ଷା ସଂସ୍ଥାରେ ଚାଲୁଥିବା ଜେଇଇ ମେନ୍ସ ପରୀକ୍ଷା ୨୦୨୧ରେ ଅନିୟମିତତା ଅଭିଯୋଗରେ ସେହି କମ୍ପାନୀ, ତାର ନିର୍ଦ୍ଦେଶକ ଏବଂ ତିନି କର୍ମଚାରୀ, ତିନି ଦଲାଲ ସମେତ ଅନ୍ୟମାନଙ୍କ ବିରୋଧରେ ୧ ସେପ୍ଟେମ୍ବରକୁ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ଏମାନେ ଜେଇଇ ମେନ୍ସ ପରୀକ୍ଷାରେ ଗଡବଡ କରୁଥିଲେ । ଇଞ୍ଜିନିୟର ସଂସ୍ଥା ଏନଆଇଟିରେ ଆଡମିଶନ କରାଇଦେବା ପାଇଁ ପରୀକ୍ଷାର୍ଥୀଙ୍କଠାରୁ ମୋଟା ଅଙ୍କରେ ଅର୍ଥ ନେଇଥିଲେ । ଏବଂ ହରିୟାଣାର ସୋନିପଥ ସ୍ଥିତ ଏକ ପରୀକ୍ଷା କେନ୍ଦ୍ରରେ ରିମୋଟ ଆକ୍ସେସ ଜରିଆରେ ସେମାନଙ୍କ ପ୍ରଶ୍ନ ପତ୍ର ସମାଧାନ କରୁଥିଲେ ।