ଆଜି ପ୍ରକାଶ ପାଇପାରେ JEE ମେନ୍ ପରୀକ୍ଷାଫଳ, ଦେଶର ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା

1 min read

ଭୁବନେଶ୍ୱର: ଆଜି ପ୍ରକାଶ ପାଇପାରେ  JEE ମେନ୍ ୨୦୨୦ର ପରୀକ୍ଷା ଫଳ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଭାଗୀୟ ୱେବସାଇଟରେ ଫଳାଫଳ ପ୍ରକାଶ ପାଇପାରେ । ଏନଟିଏ-ଜେଇଇର ୱେବସାଇଟ jeiain.nta.nic.in ଲିଙ୍କରେ ଫଳାଫଳ ଦେଖିବେ । ପରୀକ୍ଷାର୍ଥୀ ୱେବସାଇଟରୁ ପିଡିଏଫ୍ ଫର୍ମାଟରେ ଥିବା ରେଜଲ୍ଟ ଡାଉନଲୋଡ୍ କରିପାରିବେ । ଏଥିସହ JEE ମେନ୍ କଟଅଫ୍ ମାର୍କ ମଧ୍ୟ ଘୋଷଣା କରିବ ଏନଟିଏ । ଗତ ୧ରୁ ୬ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । କରୋନା କଟକଣା ମଧ୍ୟରେ ହୋଇଥିଲା ପରୀକ୍ଷା ।

ରାଜ୍ୟରେ ଚଳିତ ବର୍ଷ ମୋଟ ୩୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ହେଇଥିଲେ । ଏଥିପାଇଁ ୭ଟି ପ୍ରମୁଖ ସହରରେ ୨୬ଟି ପରୀକ୍ଷା କେନ୍ଦ୍ରକୁ ପ୍ରସ୍ତତ କରାଯାଇଥିଲା । ଭୁବନେଶ୍ୱରରେ କେବଳ ୬ଟି କେନ୍ଦ୍ରରେ ୧୬ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଜିଲ୍ଲା ପ୍ରଶାସନ ଓ ବିଏମସି ପକ୍ଷରୁ ପରୀକ୍ଷା ପରିଚାଳନା ତଦାରଖ କରାଯାଇଥିବା ବେଳେ ‘ଓଡିଶା ମୋ ପରିବାର’ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ନିକଟରେ ସହାୟତା କେନ୍ଦ୍ର ଖୋଲାଯାଇ ସାନିଟାଇଜ଼ର, ଖାଦ୍ୟ ଓ ପାଣିର ବ୍ୟବସ୍ଥା ମଧ୍ୟ କରୋନା ପାଇଁ କରାଯାଇଥିଲା ।

Leave a Reply