ଦୁଇଟି ପର୍ଯ୍ୟାୟରେ ଜେଇଇ ମେନ୍, ଏଥର ବି କେବଳ ଅନଲାଇନରେ ଆବେଦନ
1 min readନନ୍ଦିଘୋଷ ବ୍ୟୁରୋ: ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଆୟୋଜିତ କରାଯିବ । ଦେଶରେ ଥିବା ଆଇଆଇଟି, ଏନଆଇଟି ସମେତ ଇଞ୍ଜିନିଅରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଏଥର ଦୁଇଟି ସେସନ୍ରେ ଜେଇଇ ମେନ ଅନୁଷ୍ଠିତ ହେବ ।
ଜାନୁଆରୀ ୨୪,୨୫,୨୭,୨୮,୨୯,୩୦, ୩୧ରେ ପ୍ରଥମ ସେସନ୍ ପରୀକ୍ଷା ହେବାକୁ ଥିବାବେଳେ ଏପ୍ରିଲ ୬,୮,୧୦,୧୧,୧୨ରେ ଦ୍ବିତୀୟ ସେସନ୍ ପରୀକ୍ଷା ହେବ । ଜାନୁଆରୀ ୧୨ ରାତି ୯ଟା ଯାଏଁ ଫର୍ମ ପୂରଣ ଜାରି ରହିବ । ଏଥର ବି କେବଳ ଅନଲାଇନରେ ଆବେଦନ କରିବା ସହ ୧୧ ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ ।
ଗତବର୍ଷ ପରି ଏଥର ମଧ୍ୟ ଓଡିଆ ସମେତ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍(ୟୁଜି) ପ୍ରବେଶିକା ପରୀକ୍ଷା ୨୦୨୩ ମେ ୭ରେ ଅନୁଷ୍ଠିତ ହେବ । ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି)ମେ ୨୧ରୁ ୩୧ ମଧ୍ୟରେ ହେବ । ଆଇସିଏଆର ଏଆଇଇଇଏ ୨୦୨୩ ପରୀକ୍ଷା ଏପ୍ରିଲ ୨୬ରୁ ୨୯ ମଧ୍ୟରେ ହେବ । ଛାତ୍ରଛାତ୍ରୀ ଅଧିକ ତଥ୍ୟ ଲାଗି www.nta.ac.in ୱେବସାଇଟ୍ ପରିଦର୍ଶନ କରିପାରିବେ ।