ଆଜିଠୁ ଜେଇଇ ମେନ୍, ୩୩୧ଟି ସହରରେ ପରୀକ୍ଷା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେଉଛି ଜେଇଇ ମେନ୍ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଦେଶର 331ଟି ସହରରେ ପରୀକ୍ଷା ହେବ। ସେପଟେ ଏହି ପରୀକ୍ଷାକୁ ଏନଟିଏ ପରିଚାଳନା କରୁଥିବାବେଳେ, ଚଳିତ ବର୍ଷ ୪ଥର ଜେଇଇ ମେନ୍ ହେବ ।
ଆସନ୍ତା ମାର୍ଚ୍ଚ, ଅପ୍ରେଲ୍ ଓ ମେ ମାସରେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଫେବୃଆରୀରେ ପରୀକ୍ଷା ଦେବାକୁ 6 ଲକ୍ଷ 61ହଜାର 761 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କରୋନା ମହାମାରୀ ଯୋଗୁ ଶିକ୍ଷାବର୍ଷର ସମୟସୀମା ବଦଳି ଯାଇଛି। ସେହିପରି ପାଠପଢ଼ାରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇଛି ।
ତାହାକୁ ଦୃଷ୍ଟିରେ ରଖି ଏହି ନୂଆ ବ୍ୟବସ୍ଥା ଆପଣାଯାଇଛି । ଶିକ୍ଷାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ପରୀକ୍ଷାର୍ଥୀ ଯେମିତି କୌଣସି ସୁଯୋଗ ହାତ ଛଡ଼ା ନ କରିବେ, ସେଥିପାଇଁ ୪ଥର ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି ।