spot_img

Latest Posts

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ସୋମବାର ଦିନ ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ପରୀକ୍ଷା ରେଜଲ୍ଟ । jeeadv.ac.in ୱେବସାଇଟ ଜରିଆରେ ପରୀକ୍ଷା ଫଳ ଦେଖିପାରିବେ ପରିକ୍ଷାର୍ଥୀ । ଅକ୍ଟୋବର ୬ ତାରିଖରୁ ନଭେମ୍ବର ୯ ମଧ୍ୟରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଓଡିଶାରୁ ମଧ୍ୟ ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ପରୀକ୍ଷା ଦେଇଥିଲେ । ସେପ୍ଟେମ୍ବର ୨୭ ତାରିଖରେ ସାରା ଦେଶରେ ଜେଇଇ ଆଡଭାନ୍ସ ପରୀକ୍ଷା ହୋଇଥିଲା ।

ଜେଇଇ ମେନ ପରୀକ୍ଷାରେ କ୍ୱାଲିଫାଏ କରିଥିବା ୨ଲକ୍ଷ ୪୫ହଜାର ଛାତ୍ରଛାତ୍ରୀ ଜେଇଇ ଆଡ଼ଭାନ୍ସ ପରୀକ୍ଷା ଦେବାକୁ ମନୋନୀତ ହୋଇଥିଲେ। ସାରା ଦେଶରେ୧ଲକ୍ଷ ୬୦, ୮୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିପାଇଁ ୨୨୨ଟି ସହରରେ ମୋଟ ୧୦୦୦ କେନ୍ଦ୍ର କରାଯାଇଥିଲା। ଚଳିତ ବର୍ଷ କରୋନା ଯୋଗୁଁ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦିଷ୍ଟ ନିୟମ ରଖାଯାଇଥିଲା । ପରସ୍ପରଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ କରିବା ସହ ଛାତ୍ର ଛାତ୍ରୀ ସାନିଟାଇଜର, ମାସ୍କ ଓ ପାଣି ବୋତଲ ସାଥିରେ ନେଇ ଆସିବେ ବୋଲି ନିୟମ ହୋଇଥିଲା । ଚଳିତ ବର୍ଷ ପରୀକ୍ଷା ପାଇଁ ଦେଶରେ ୧ ହଜାର ୧୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଓଡ଼ିଶାର ୫ଟି ସହର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Latest Posts

Don't Miss