ଜୁଲାଇ ୩ରେ ହେବ ଜେଇଇ ଆଡଭାନ୍ସ
1 min readନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩ରେ ହେବ ଜେଇଇ ଆଡଭାନ୍ସ । ଆଇଆଇଟି ଖଡ଼ଗପୁର ଜେଇଇ ଆଡଭାନ୍ସକୁ ପରିଚାଳନା କରିବ । ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲ । ଏଥିସହ ୭୫ ପ୍ରତିଶତ ବାଧ୍ୟତାମୂଳକ ମାର୍କ ମାନଦଣ୍ଡକୁ ମଧ୍ୟ ଏଥର ପାଇଁ ହଟାଇ ଦିଆଯାଇଛି । ପୂର୍ବରୁ ଆଇଆଇଟି ପ୍ରବେଶିକା ଓ ଜେଇଇ ଆଡଭାନ୍ସ ପାଇଁ ଯୁକ୍ତ ଦୁଇରେ ୭୫ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ ଥିଲା ।
Announcing the eligibility criteria for admission in #IITs & the date of #JEE Advanced. @SanjayDhotreMP @EduMinOfIndia @mygovindia @PIB_India @MIB_India @DDNewslive https://t.co/Pkuc1kbTuQ
— Dr. Ramesh Pokhriyal Nishank ( Modi Ka Parivar) (@DrRPNishank) January 7, 2021
ମାନଦଣ୍ଡ ମାର୍କ କମିବା ଦ୍ୱାରା ଅଧିକ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବା ସହ ପ୍ରତିଭାଶାଳୀ ଛାତ୍ରଛାତ୍ରୀ ମାନେ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୱାଲ କହିଛନ୍ତି ।