spot_img

Latest Posts

ଚିରାଗ ପାଶଓ୍ବାନଙ୍କୁ ଜେଡିୟୁର କଡ଼ା ସମାଲୋଚନା

ନନ୍ଦିଘୋଷ ବ୍ୟୁରୋ: ବିହାର ନିର୍ବାଚନ ସମୟ ଯେତିକି ପାଖଉଛି ମାହୋଲ ସେତିକି ସରଗରମ ହେବାରେ ଲାଗିଛି । ଶନିବାର ଜେଡିୟୁ ତଥା ନୀତିଶଙ୍କ ସରକାରକୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ଟାର୍ଗେଟ କରିଥିଲେ । ସେ ରାଜ୍ୟରେ ବଢ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଟାର୍ଗେଟ କରିଥିଲେ । କହିଥିଲେ କି, ରାଜ୍ୟରେ ବଢ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ । ଏହାସହ ମୁଁ ଏଭଳି ଏକ ସରକାରକୁ ସମର୍ଥନ କରି ଦୁଃଖ ପ୍ରକାଶ କରୁଛି ।

ଚିରାଗଙ୍କ ଏଭଳି ସମାଲୋଚନା ପରେ ଏବେ କଟାକ୍ଷ କରିଛି ଜେଡିୟୁ । ନୀରଜ କୁମାର କହିଛନ୍ତି କି, ଚିରାଗ ଗଣମାଧ୍ୟମ ନୁହେଁ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ପ୍ରସଙ୍ଗ ଉଠାଇବା ଉଚିତ୍ । ଏହାସହ ସାଂସଦ ମନୋଜ ଝା କହିଛନ୍ତି କି, ଦ୍ବିପାକ୍ଷିକ କଥାର ଉଦାହରଣ ବୋଲି ମାନିଛି । ଏହାସହ ସେ କହିଛନ୍ତି କି, ତୁମେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ନିକଟତର । କିନ୍ତୁ ଅନୁସନ୍ଧାନକାରୀ ଦଳ ପଶ୍ଚିମବଙ୍ଗ ଯାଉଛି କିନ୍ତୁ ବିହାର କାହିଁକି ନୁହେଁ । ମୁଁ କହୁନାହିଁ ଯେ ତୁମେ ଇସ୍ତଫା ଦେବା ଉଚିତ କିନ୍ତୁ ତୁମେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମଧ୍ୟ ମାଗିବା ଉଚିତ। କାରଣ ମୁଁ ଏବେ ତୁମ ସହିତ କଥା ହେଉଥିବା ସମୟରେ, ଏହା ସମ୍ଭବ ଯେ ବିହାରର କୌଣସି ସ୍ଥାନରେ ଗୁଳି ବାଜିଥାଇପାରେ, କେହି ଜଣେ ମରିଥାଇପାରନ୍ତି। ଏଥିପାଇଁ କିଏ ଦାୟୀ, ତୁମେ କହୁଛ ପ୍ରଶାସନ, ପ୍ରଶାସନ କ’ଣ ଭାଇ। ସରକାରରେ କିଏ ଅଛି? ପ୍ରଶାସନ କହି ଘୋଡ଼ାଇବାକୁ ଚେଷ୍ଟା କର ନାହିଁ। ଖୋଲାଖୋଲି ଭାବରେ ବିହାରରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଦାବି କର।

Latest Posts

Don't Miss