ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ: ଭାଇର ଜୀବନ ନେଲା ଭାଇ

ଜୟପୁର: ଜମି ବିବାଦକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ଜମି ପାଇଁ ଜୀବନ ନେଲା ଭାଇ । ବିଚ୍ ରାସ୍ତାରେ ଭାଇକୁ ହତ୍ୟା କଲା ଭାଇ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଶଶାହାଣ୍ଡି ଗାଁରେ । ଦଶରଥ ହରିଜନଙ୍କୁ ହତ୍ୟା କରିଛି ଭାଇ ଲକ୍ଷ୍ମଣ ହରିଜନ । ଅଭିଯୁକ୍ତ ଲକ୍ଷ୍ମଣ ହରିଜନ ଫେରାର ହୋଇଯାଇଛି । ତଦନ୍ତ ଜାରି ରଖିଛି ପୋଲିସ ।