ବିରୋଧୀ ଦଳ ନେତା ପଦକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଜୟନାରାୟଣ

ଭୁବନେଶ୍ୱର: ପୁଣି ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ । ବିଧାନସଭାରେ ବିରୋଧୀ ଦଳର ନେତାମାନଙ୍କୁ ସରକାର ମ୍ୟାନେଜ କରୁଛନ୍ତି । ହେଲେ ତାଙ୍କୁ ମ୍ୟାନେଜ କରିପାରିଲେ ନାହିଁ, ତେଣୁ ତାଙ୍କ ବିରୋଧରେ ବିଭିନ୍ନ କଥା କହୁଛନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଜୟନାରାୟଣ । ଜୟନାରାୟଣ ଏଭଳି କହିବା ପୂର୍ବରୁ ନିଜ ଦଳର ସଭାପତି ଓ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି କି ? କାରଣ ଏହା ପୂର୍ବରୁ ବିରୋଧୀ ଦଳ ନେତା ବିଜେପିର ପ୍ରଦୀପ୍ତ ନାୟକ ଥିଲେ, ସେ ମ୍ୟାନେଜ ହେଉଥିଲେ କି, ଯଦି ହଁ ମ୍ୟାନେଜ ହେବା କ’ଣ ଭାରତୀୟ ଜନତା ପାର୍ଟିର ନେତାଙ୍କ ଚରିତ୍ର । ବିଜେପି ପୂର୍ବରୁ କଂଗ୍ରେସର ନରସିଂହ ମିଶ୍ର ବିରୋଧୀ ଦଳ ନେତା ଥିଲେ, ସେ ବି କ’ଣ ମ୍ୟାନେଜ ହେଉଥିଲେ କି ?

ଜୟନାରାୟଣ, ନରସିଂହଙ୍କ ସହ ଆଲୋଚନା କରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି କି ? ବିରୋଧୀ ଦଳ ନେତାଙ୍କ ପଦ ମର୍ଯ୍ୟାଦାହାନୀ ହେବା ଭଳି ମନ୍ତବ୍ୟ ଦେଇ ଜୟନାରାୟଣ କ’ଣ କହିବାକୁ ଚାହୁଁଛନ୍ତି ? ତାଙ୍କ ଭଳି ନେତା ଯାହାଙ୍କ ନାମରେ ୧୬ଟି ସଙ୍ଗୀନ ଫୌଜଦାରୀ ମାମଲା ରହିଛି, କଥା କଥାକେ ମାଡ଼ ମାରିବା, ଖଣ୍ଡାଧରି ଗୋଡ଼ାଇବା, ହତ୍ୟା ଉଦ୍ୟମ ଓ ହତ୍ୟା ଭଳି ସଙ୍ଗୀନ ମାମଲା ରହିଛି ସେଭଳି ଲୋକ ବିରୋଧୀ ଦଳ ନେତା ପଦବୀରେ ରହିବା ଗଣତନ୍ତ୍ର ପ୍ରତି ଠିକ୍ ହେବ ତ ? ଜୟନାରାୟଣ ନିଜକୁ ନିଜେ ପଚାରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।