ସୁପ୍ରିମକୋର୍ଟରୁ ଧକ୍କା ପାଇବା ପରେ ବିଚଳିତ ବିଜେପି ବିଧାୟକ ଜୟନାରାୟଣ

ନନ୍ଦିଘୋଷ ବ୍ୟୁରୋ: ସୁପ୍ରିମକୋର୍ଟରୁ ଧକ୍କା ପାଇବା ପରେ ବିଚଳିତ ହୋଇଯାଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ଗଣମାଧ୍ୟମ ଆଗରେ ଚିହିଁକି ଉଠିଛନ୍ତି ଜୟନାରାୟଣ । ଏପରିକି ସାମ୍ବାଦିକଙ୍କୁ ଅସଭ୍ୟ ଭାଷା କହିଛନ୍ତି ଜୟନାରାୟଣ । ମହିଳା ପୋଲିସ ଅଫିସରଙ୍କୁ ମାରିବାକୁ ହାତ ଉଠାଇ ଆଇନ ଜାଲରେ ଛନ୍ଦି ହୋଇଥିବା ଜୟନାରାୟଣ କହିଛନ୍ତି, ପୋଲିସକୁ ଗୋଡେଇ ଗୋଡେଇ ମାରିବା କଥା । ମୋ ନାଁରେ ବହୁତ୍ ମାମଲା ଅଛି। ମୁଁ ମନ୍ତ୍ରୀ ପାଇଁ ଲାଳାୟିତ ନୁହେଁ । ମୋ ନାଁରେ ୭୨ଟା ମାମଲା ରହିଛି। ଏସବୁକୁ ନେଇ ମୁଁ ବିଚଳିତ ନୁହେଁ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ। ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଆଗୁଆ ଜାମିନ ସମ୍ପର୍କିତ ସ୍ପେଶାଲ ଲିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ ହୃଷୀକେଶ ରାୟ ଓ ଜଷ୍ଚିସ ଏସଭିଏନ ଭଟ୍ଟିଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି।ପୂର୍ବରୁ ଓଡିଶା ହାଇକୋର୍ଟ ୨୦୨୩ ମସିହା ନଭେମ୍ବର ୧୬ ତାରିଖ ଦିନ ଜୟନାରାୟଣଙ୍କ ଆଗୁଆ ଜାମିନ ଖାରଜ କରିଥିଲେ।୨୦୨୩ ମସିହା ଫେବୃଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳକଂ କାର୍ଯ୍ଯାଳୟ ସାମନାରେ ଧନୁପାଲି ଥାନାର ମହିଳା ଇନସପେକ୍ଟରକୁଂ ଆକ୍ରମଣ ଓ ଅସଦାଚରଣ ମାମଲାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।