ଜୟନାରାୟଣଙ୍କ ଗୁଣ୍ଡାଗର୍ଦ୍ଦି, ମହିଳା IICଙ୍କୁ ପିଟିଲେ

ସମ୍ବଲପୁର: ଆଗ ଧମକ ପରେ ମହିଳା ଆଇଆଇସିଙ୍କୁ ଆକ୍ରମଣ । ପୁଣି ବିଜେପି ନେତା ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି। ମହିଳା ପୋଲିସଙ୍କୁ ଆକ୍ରମଣ କଲେ ଜୟନାରାୟଣ । ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଧସ୍ତାଧସ୍ତି ହୋଇଥିଲା । ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରଥମେ କଥା କଟାକଟି, ପରେ ଠେଲାପେଲା ହୋଇଥିଲା। ଆଇନଶୃଙ୍ଖଳା ନାଁରେ କେମିତି ବିଶୃଙ୍ଖଳା କରୁଛନ୍ତି ବିଜେପି କର୍ମୀ । ଧନୁପାଲୀ ଥାନା ମହିଳା ଆଇଆଇସି ଅନିତା ପ୍ରଧାନଙ୍କ ସହ ଯୁକ୍ତିତର୍କ କରିଛନ୍ତି ଜୟନାରାୟଣ ।

ମହିଳା ସୁରକ୍ଷା ଓ ସମ୍ମାନର କଥା କହୁଥିବା ଜୟନାରାୟଣଙ୍କ ପ୍ରକୃତ ଚରିତ୍ର କ’ଣ, ଏହି ଦୃଶ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି । ଆଇନଶୃଙ୍ଖଳା ରକ୍ଷା ପୋଲିସର କର୍ତ୍ତବ୍ୟ । ହେଲେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଜୟନାରାୟଣ । ରେଙ୍ଗାଲି ବିଧାୟକ ନାଉରି ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସହ ଶତାଧିକ ବିଜେପି କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ ।