spot_img

Latest Posts

ଉଦ୍‌ଘାଟନ ହେଲା ସ୍ୱର୍ଗତ ଜେ. ଜୟଲଳିତାଙ୍କ ସ୍ମାରକୀ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜେ. ଜୟଲଳିତାଙ୍କ ସ୍ମାରକୀ ଉଦ୍‌ଘାଟନ କରିଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଡାପଦି ପାଲାନିସ୍ୱାମୀ। ମାରିନା ବିଚରେ ନିର୍ମିତ ଜୟଲଳିତାଙ୍କ ସ୍ମାରକୀକୁ ପାଲାନିସ୍ୱାମୀ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଅବସରରେ ଉପ ମୁଖ୍ୟମନ୍ତ୍ରୀ ପନୀର ସେଲ୍‌ଭମ୍ ବି ଉପସ୍ଥିତ ରହିଥିଲେ।

ତାମିଲନାଡୁ ରାଜନୀତିରେ ଜୟଲଳିତାଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଜୟଲଳିତାଙ୍କ ବାସଭବନ ‘ବେଦ ନିଲମ’କୁ ତାଙ୍କ ସ୍ମାରକୀ ଭାବେ ପୁନଃ ନିର୍ମାଣ କରାଯାଇଛି । ଫୋଏନିକ୍ସ (ଏକ କାଳ୍ପନିକ ପକ୍ଷୀ) ଆକୃତିର ଏହି ସ୍ମାରକୀକୁ ଆଜି ମୁଖ୍ୟମନ୍ତ୍ରୀ ପାଲାନିସ୍ବାମି ଉଦଘାଟଟନ କରିଛନ୍ତି । ଆଇଆଇଟି ମାଡ୍ରାସ ବିଶେଷ ସହାୟତାରେ ଏହି ସ୍ମାରକୀକୁ ନିର୍ମାଣ କରାଯାଇଛି । ଏଠାରେ ଭିଡିଓ ପ୍ରଦର୍ଶନୀ, ଫଟୋ ପ୍ରଦର୍ଶନୀ ସହ ୱାଟର ଫାଉଣ୍ଟେନ୍ ଓ କୃତ୍ରିମ ଆଲୋକୀକରଣର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଚଳିତବର୍ଷ ତାମିଲନାଡୁ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେବେ ଏହା ପୂର୍ବରୁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି ବିଭିନ୍ନ ରାଜେନୖତିକ ଦଳର ନେତା। ତାମିଲନାଡୁରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଦିବଂଗତ ଜେ. ଜୟଲଳିତାଙ୍କୁ ସାହାରା କରିଛି AIADMK। ପୁଣି ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏଡାପଦି ପାଲାନିସ୍ୱାମୀ। ଜୟଲଳିତାଙ୍କ ସମର୍ଥକଙ୍କ ସମର୍ଥନ ପାଇବା AIADMK ଜୋରସୋର୍ ଉଦ୍ୟମ ଚଳାଇଛି।

Latest Posts

Don't Miss