ରିୟାଲିଟି ସୋ’ରେ ଓଡ଼ିଆ ଝିଅଙ୍କ ରସଗୋଲା ପାଇଁ ଲଢ଼େଇ, ‘କହିଲେ ଜୟ ଜଗନ୍ନାଥ ରସଗୋଲା ଆମର’
ଭୁବନେଶ୍ୱର: ଜୟ ଜଗନ୍ନାଥ ରସଗୋଲା ଆମର…। ଏବେ ଏହି ଭିଡିଓ ସବୁ ସୋସିଆଲ ମିଡିଆ ସାଇଡରେ ଘନ ଘନ ସେୟାର ହେବାରେ ଲାଗିଛି। ବୁଢ଼ା ଠାରୁ ଟୋକା ସମସ୍ତଙ୍କ ହ୍ୱାଟସ୍ଆପ ଷ୍ଟାଟସ୍ରେ ଏହି ଭିଡିଓ। ଫେସ୍ବୁକ ଖୋଲିଲେ ଜୟ ଜଗନ୍ନାଥ ରସଗୋଲା ଆମରର ଭିଡିଓ। ଆଉ ଏହି ଭିଡିଓକୁ ଗୋଟିଏ ଥର ନୁହେଁ ବାରମ୍ବର ଦେଖିବାକୁ ପସନ୍ଦ କରୁଛନ୍ତି ସମସ୍ତେ। ରସଗୋଲାକୁ ନେଇ ଚାଲିଛି ହକ୍ ସାବ୍ୟସ୍ତ। ରସଗୋଲା ହେଉଛି ଓଡ଼ିଶାର। ଆକୁ ଆମଠାରୁ ଆଉ କେହି ନେଇ ପାରିବେ ନାହିଁ। କଲିକତାର ରସୋଗୁଲା ହୋଇଥାଇପାରେ ହେଲେ ରସଗୋଲା ହେଉଛି ଓଡ଼ିଶାର।
ଏଭଳି ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଚର୍ଚ୍ଚିତ ରିଆଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡ଼ିଆ ଝିଅଙ୍କର ଏଭଳି ଜବାବ ଏବେ ସବୁ ଓଡ଼ିଆ ଜନସାଧାରଣଙ୍କ ମନରେ ଖୁସି ଭରି ଦେଇଛି। ଯୁବତୀ ଜଣଙ୍କ ହେଉଛନ୍ତି କଟକର ସ୍ଥିତି ପଦ୍ମା ଦାଶ। ସାରେଗାମାପା ସୋ’ ରେ ଜଜ୍ ହିମେଶ ରେଶମିୟାଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର । ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା କହିଥିଲେ ‘ଯାହା ବି ହେଇଯାଉ ଜୟ ଜଗନ୍ନାଥ ରସଗୋଲା ଆମର’। ରସୋଗୁଲା କଲିକତାର ହୋଇଥାଇପାରେ ହେଲା ଜୟ ଜଗନ୍ନାଥ ରସଗୋଲା ଆମର। ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲ ପାଆନ୍ତି। ଜଗନ୍ନାଥ ଆମର, ତେଣୁ ରସଗୋଲା ବି ଆମର। ବାସ୍ ଏହି କିଛି କ୍ଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି ସ୍ଥିତିପଦ୍ମା ଦାଶ। ବାପା ସୁଶୀଲ ଦାଶ ଓ ଦାଦା ସୁବାସ ଦାଶ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ପରିଚିତ। ବାପା ଦାଦାଙ୍କ ପ୍ରେରଣାରୁ ଏତେ ବାଟ ଆସିପାରିଛି ବୋଲି କହିଛନ୍ତି ସ୍ଥିତିପଦ୍ମା । ସରିୟାଲିଟି ସୋ’ କୁ ଗୀତ ଗାଇବା ପାଇଁ ଯାଇଥିବା ବେଳେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ସ୍ଥିତିଙ୍କୁ। ତେବେ ତାଙ୍କ ପୂର୍ବରୁ ମଧ୍ୟ କଲିକତାର ଝିଅଙ୍କୁ ସମାନ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କର ଉତ୍ତର ସ୍ଥିତିଙ୍କ ସାମ୍ନାରେ ଫିକା ପଡ଼ିଯାଇଥିଲା। ଏବେ ରସଗୋଲା ପାଇଁ ସ୍ଥିତି ପୁରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।