ସାଂସଦ ଜୟା ବଚ୍ଚନଙ୍କ ଟିପ୍ପଣୀ ପରେ ତାତିଗଲେ ଅଧ୍ୟକ୍ଷ ଜଗଦୀପ ଧନକର

ନୂଆଦିଲ୍ଲୀ: ରାଜ୍ୟସଭାରେ ସାଂସଦ ଜୟା ବଚ୍ଚନଙ୍କ ଉପରେ ତାତିଲେ ଅଧ୍ୟକ୍ଷ ଜଗଦୀପ ଧନକର । ଶୁକ୍ରବାର ରାଜ୍ୟସଭା ଚାଲିଥିବା ବେଳେ ସଭାପତି ଜଗଦୀପ ଧନକରଙ୍କ ଟୋନ ବା ସ୍ୱରକୁ ନେଇ ପ୍ରଶ୍ନ ଉଠାଇଥିଲେ ସମାଜବାଦୀ ପାଟିର ସାଂସଦ ଜୟା ବଚ୍ଚନ । ସେ  ଟିପ୍ପଣୀ ଦେଇ କହିଥିଲେ କି,  ମୁଁ ଜଣେ କଳାକାର। ମୁଁ ଆପଣଙ୍କ ହାବଭାବ ବୁଝିପାରୁଛି। ଆପଣଙ୍କ କହିବାର ଉଦ୍ଦେଶ୍ୟ ଠିକ୍‌ ଲାଗୁନାହିଁ। ରାଜ୍ୟ ସଭାରେ ଆମେ ସମସ୍ତେ ଏକାଠି ଅଛୁ।

ଜୟା ବଚ୍ଚନଙ୍କ ଏପରି ମନ୍ତବ୍ୟ ଶୁଣିବା ପରେ ରାଗି ଯାଇଥିଲେ ଅଧ୍ୟକ୍ଷ । ଆଉ କହିଥିଲେ , ନିର୍ଦ୍ଦେଶକଙ୍କ ବିନା ଅଭିନେତା କିଛି ନୁହନ୍ତି। ମୁଁ ଯାହାସବୁ ଦେଖିଆସିଛି ଆପଣ ସେସବୁ ଦେଖିନାହାନ୍ତି। ଆପଣ ଯେତେ ବଡ଼ ତାରକା ହୁଅନ୍ତୁ, ସଂସଦରେ ସେୟା ହେବ ଯାହା ନିୟମକାନୁନରେ ରହିଛି। ଅନ୍ୟପକ୍ଷେ  ରାଜ୍ୟସଭାରେ ଏକ ବିରାଟ ଉତ୍ତେଜନା ଦେଖାଦେଇଥିଲା ଏବଂ ବିରୋଧୀମାନେ ବାହାରକୁ ପଳାଇ ଯାଇଥିଲେ।

କିଛିଦିନ ହେବ ରାଜ୍ୟ ସଭାରେ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏବଂ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି ଚାଲିଛି। ଏପରି କି ଅଭିତାଭ ବଚ୍ଚନଙ୍କ ନାଁ ଶୁଣିଲେ ଚିଡ଼ି ଯାଉଛନ୍ତି ଜୟା ବଚ୍ଚନ।

ରାଜ୍ୟ ସଭାରେ ଗୃହ କାର୍ଯ୍ୟ ସମୟରେ ଗୃହର ଅଧ୍ୟକ୍ଷ ସାଂସଦ ଜୟା ବଚ୍ଚନଙ୍କ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧନ କରୁଛନ୍ତି। ଯାହାର ପ୍ରତିବାଦ କରୁଛନ୍ତି ଜୟା ବଚ୍ଚନ। ସେ କହୁଛନ୍ତି ତାଙ୍କ ପଛରେ ଅମିତାଭଙ୍କ ନାଁ କାହିଁକି ଯୋଡ଼ାଯାଉଛି। ତାଙ୍କୁ କେବଳ ଜୟା ବଚ୍ଚନ ହିଁ ଡକାଯାଉ। ଏହାକୁ ନେଇ ସେ ଧନଖଡ଼ଙ୍କ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳୁଛି।