‘Jay’ ‘grabs’ land : ବିଧାନସଭାରେ ଉଠିବ ଜୟଙ୍କ ଜମି କେଳେଙ୍କାରୀ ପ୍ରସଙ୍ଗ : ପ୍ରଶାନ୍ତ ଜଗଦ୍ଦେବ

1 min read

ଭୁବନେଶ୍ୱର :  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଚଞ୍ଚକତା କରି ଦଳିତଙ୍କ ଜମି ହଡ଼ପ କରିବା ଘଟଣା ସାରା ଓଡ଼ିଶାରେ ଚହଳ ପକାଇଛି । ଭଦ୍ରମୁଖା ପିନ୍ଧା ପଣ୍ଡା ପରିବାର କିପରି ନିଜର ଅର୍ଥନୈତିକ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ତଳକୁ ଖସିଯାଇଛି । ତାହା ଦିନକୁଦିନ ପ୍ରମାଣିତ ହେବାରେ ଲାଗିଛି । କାଠ ଯେପରି କୁରାଢୀ ସହ ଯୋଡି ଗଛ କାଟିଥାଏ, ଠିକ୍ ସେହି ଫର୍ମୁଲାରେ ଦଳିତ ଲୋକଙ୍କୁ ହାତବାରିସି କରି ସେମାନଙ୍କଠୁ ଜମି କିଣିଥିଲେ ପଣ୍ଡା ପରିବାର । ଏହି ଘଟଣା ସ୍ଥାନୀୟ ସାରୁଅ ଅଞ୍ଚଳରେ ପ୍ରମୁଖ ବିତର୍କର ପ୍ରସଙ୍ଗ ପାଲଟିଛି । ସ୍ଥାନୀୟ ଜନସାଧାରଣ ପଣ୍ଡା ପରିବାରକୁ ଛି ଛାକର କରିବା ଆରମ୍ଭ କରିଛନ୍ତି ।

OTV Land Scam, Public Demands In Social Media To Arrest Jay And Jagi Panda

ଭଦ୍ରମୁଖା ପିନ୍ଧା କେଳଙ୍କାରୀର କିଙ୍ଗ୍ ପିନ୍ ବୈଜୟନ୍ତ ଏ ପ୍ରସଙ୍ଗରେ ପଦୁଟିଏ ଯୁକ୍ତିଯୁକ୍ତ ତଥ୍ୟ ରଖୁ ପାରୁନାହାନ୍ତି । ନିଜ ବ୍ୟବସାୟର କଳା ସାମ୍ରାଜ୍ୟ ଉପରେ ଆଇନଗତ ପଦକ୍ଷେପ ନିଆଗଲେ, ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ଦର୍ଶାଉଛନ୍ତି । ନଇ ନ ଦେଖି ଲଙ୍ଗଳା ହେବା ନ୍ୟାୟରେ ଆଗୁଆ ଜାମିନ ଆଣି ପଣ୍ଡା ଦମ୍ପତି କାଳାତିପାତ କରିଛନ୍ତି । ଆଉ ଦିନ ୫ଟା ଦିନ ପରେ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହେବ । ସାରୁଆ ସମେତ ବିଭିନ୍ନ ସ୍ଥାନରେ ଥିବା ଜମି କେଳେଙ୍କାରୀ ସମ୍ବେଦନଶୀଳ ଅନୁସୂଚିତ ଜାତି(ଏସସି) ବର୍ଗର ସହ ଜଡିତ । ତେଣୁ ଏହି ପ୍ରସଙ୍ଗ ବିଧାନସଭାରେ ଉଠିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବର୍ତ୍ତମାନର ଚିଲିକା ବିଧାୟକ ତଥା ପୂର୍ବତନ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏ ନେଇ ସୂଚନା ଦେଇଛନ୍ତି । ପ୍ରଶାନ୍ତ କହିଛନ୍ତି ଯେ, ସାରୁଅ ଜମି ହଡ଼ପ ମାମଲାରେ ସରକାର ପଦକ୍ଷେପ ନେଉଛନ୍ତି  । ଆଗକୁ ମଧ୍ୟ ଉଚିତ  ଏବଂ ଆଇନଗତ ପଦକ୍ଷେପ ନେବେ ।

Illegal Boundary Constructed By OTV In Sarua Demolished By Khordha Dist Administration

ଦୋଷୀ ସରକାରୀ ଦଳର ହେଉ କି, ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଅପରାଧ କିମ୍ବା ଅପରାଧିଙ୍କୁ ପ୍ରଶୟ ଦେଇ ନାହାନ୍ତି । ଜମି ହେରଫେର ପ୍ରସଙ୍ଗ ଉଷ୍ମ ରହିଛି ।  ତେଣୁ ଗୃହରେ ଉଠିବ। ତଦନ୍ତ ପରିସରକୁ ଆସିବା ପରେ ଭୁଲ କି ଠିକ ଜଣା ପଡ଼ିଲେ, ପଦକ୍ଷେପ ନିଆଯାଉଛି। ବେଳେବେଳେ ରାଜସ୍ୱ ବିଭାଗ ବ୍ୟବସ୍ଥା ଏମିତି, ଯେତେ ଭିତରକୁ ଯିବେ ବହୁତ କଥା ଜାଣି ପାରିବେ। ଉପରୁ ଲାଗିବ ସବୁ ଠିକ ଅଛି। ହେଲେ ଯେତେବେଳେ ସବୁ ରେକର୍ଡ ଯାଞ୍ଚ ହୁଏ, ସେତେବେଳେ ଜଣା ପଡ଼େ କେଉଁଠି ଭୁଲ ଅଛି। ତେଣୁ ଯେବେ ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ଦେଖାଗଲା, ସବୁ ବାହାରୁଥିବା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ।

 

Leave a Reply