ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ ,୩ ଟିଫିନ୍ ବୋମା ଜବତ

ସ୍ୱାଭିମାନ ଅଂଚଳର ଅନେକ ସମୟରେ ମାଓବାଦୀଙ୍କର ଯୋଜନା ବିଷୟରେ ଖବର ମିଳେ । ଯେଉଁ ଯୋଜନାରେ ଅନେକ ଥର ସେମାନେ ସଫଳ ମଧ୍ୟ ହେଇଛନ୍ତି । ଯେଉଁ କାରଣରୁ ଅନେକ ନିରିହ ଜୀବନ ଚାଲିଯାଇଛି । ସାଧାରଣତଃ ଏଠାରେ ମାଓବାଦୀମାନେ ବୋମା,ଲ୍ୟାଣ୍ଡମାଇନ ଆଦି ବିସ୍ଫୋଟକର ବ୍ୟବହାର କରିଥାନ୍ତି । ଯାହା ପ୍ରାଣଘାତି ପାଲଟେ । କିନ୍ତୁ ଅନେକଥର ଓଡିଶାର ଯବାନ ଓ ସୁରକ୍ଷାକର୍ମୀ ଏହାର ଦୃଢ ମୁକାବିଲା କରିଥାନ୍ତି । ଏଥର ବି ମାଓବାଦୀ ମାନେ ସେହିଭଳି କିଛି ଚକ୍ରାନ୍ତ କରିଥିଲେ । ଯାହାକୁ ପଣ୍ଡ କରି ଯବାନ ମାନେ ସଫଳ ହୋଇଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ । ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ଚିଟାନଲୁରୁ ଗାଁଠାରୁ ମଣ୍ଡାପାଲି ଅଞ୍ଚଳରେ କୁମ୍ବଂ ବେଳେ ୩ଟି ଅଫୁଟା ଟିଫିନ ବୋମା ଉଦ୍ଧାର କରାଯାଇଛି । ଏହି ବୋମା ମାଓବାଦୀ ମାନେ ଯବାନ ମାନଙ୍କୁ ଟାର୍ଗେଟ କରି ଲଗାଇଥିବା କୁହାଯାଉଛି । ଯନ୍ତାପାଇ ଠାରେ ଥିବା ୯ନମ୍ବର ବାଟାଲିଅନର ବିଏସଏଫ ଯବାନ ଓ ଏସ୍ଓଜି ଯବାନ ମାନେ ଏହି ବୋମାକୁ ନିଷ୍କ୍ରିୟ କରି ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

Leave a Reply