’ପଠାନ’ଠାରୁ ଅଧିକ ରୋଜଗାର କରିବ ’ଯବାନ’!
1 min read
ନୂଆଦିଲ୍ଲୀ: ରିଲିଜ ହେବା ପୂର୍ବରୁ ରେକର୍ଡ ଆଶାରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ୫ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ପଠାନ ବକ୍ସ ଅଫିସରେ ରେକର୍ଡ କରିଥିଲା । ତେବେ ଏହି ଫିଲ୍ମ ବିଶ୍ବବ୍ୟାପି କଲେକ୍ସନରେ ହଜାର କୋଟି ପାର କରିଥିଲା । ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ସେହିଭଳି ଯବାନର ଟିଜର ରିଲିଜ ହେବା ସହ ଦୁଇଟି ଗୀତ ମଧ୍ୟ ରିଲିଜ ହୋଇଛି । ଯାହାକୁ ଦର୍ଶକେ ବେଶ ପସନ୍ଦ କରିବା ସହ ଭଲ ରୋଜଗାର ମଧ୍ୟ କରିଛି । ଫିଲ୍ମର ଟ୍ରେଲର କିଛି ଦିନ ମଧ୍ୟରେ ରିଲିଜ ହେବାକୁ ଥିବାବେଳେ ଭଲ ରୋଜଗାର କରିବାର ଆଶା ରଖାଯାଇଛି । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ଗଦର-୨ ଏବେ ବକ୍ସ ଅଫିସରେ ବୋବାଲ ମଚାଉଥିବାବେଳେ ଏହାର ରେକର୍ଡ ମଧ୍ୟ ଯବାନ ଭାଙ୍ଗିବ ବୋଲି କୁହାଯାଉଛି ।