ଆସୁଛି ବାତ୍ୟା ‘ଜଓ୍ୱାଦ’: ୪ ଜିଲ୍ଲାକୁ ୟେଲୋ ଓ ୧୧ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଜଓ୍ୱାଦ’ । ଆସନ୍ତା ୪ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ଗତକାଲି ଦକ୍ଷିଣ ଥାଇଲାଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ବାତ୍ୟା ‘ଜଓ୍ୱାଦ’ । ୩ ତାରିଖରେ ବାତ୍ୟା ରୂପ ନେଇ ୪ତାରିଖରେ ସ୍ଥଳଭାଗ ଛୁଇଁବ । ଉତ୍ତର ଆନ୍ଧ୍ର କିମ୍ବା ଓଡିଶା ଉପକୂଳରେ ‘ଜୱାଦ’ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ କାଲିଠୁ ପାଗରେ ପରିବର୍ତ୍ତନ ହେବା ସହିତ ୩ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହେବ ।

ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦୦କିଲୋମିଟର ଛୁଇଁବାର ସମ୍ଭାବନା ରହିଛି । ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ସତର୍କତା ଜିର କରିଛନ୍ତି ଏସଆରସି । ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ତିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଣୁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply