ଯାତ୍ରାରେ ଅଶ୍ଲୀଳ ନୃତ୍ୟ, ଏମିତି କହିଲେ ଆଇନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରାରେ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ସରକାରଙ୍କ ତର୍ଜମା। ଯାତ୍ରାରେ ଅଶ୍ଳୀଳ ନାଚକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କହିଛନ୍ତି, ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ। ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଯେମିତି ଅଶ୍ଲୀଳତା ରହିବ ନାହିଁ। ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି। ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି। ବାରରେ କେବଳ ସଂଗୀତ ପରିବେଷଣ ହୋଇପାରିବ। ଏ ଘଟଣାରେ ଚିନ୍ତା କରି ଖୁବଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ଯାତ୍ରା ମାଲିକଙ୍କୁ ଅନୁରୋଧ କରିଛନ୍ତି ଆଇନମନ୍ତ୍ରୀ।