ଆରମ୍ଭ ହେଲା ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩

1 min read

ଭୁବନେଶ୍ବର: ଆରମ୍ଭ ହେଲା ‘ଜାତି ନନ୍ଦିଘୋଷ କନକ୍ଲେଭ-୨୦୨୩’ । ଅତିଥିମାନେ ପ୍ରଦୀପ ପ୍ରଜ୍ବୋଳନ କରିବା ପରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ…’ ଗାନ କରାଯାଇଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସ ରାଜ୍ୟ ସଙ୍ଗୀତ ଗାନ କରିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଦେଶର ଜଣାଶୁଣା ସାମ୍ବାଦିକ ସୁମିତ ଅବସ୍ତି ଏବଂ ବରିଷ୍ଠ ସାମ୍ବାଦିକ ମିହିର ରଞ୍ଜନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରେ ନନ୍ଦିଘୋଷ ଟିଭି ସିଓଓ ଜାବର ସିଂ ପନଓ୍ବର ସ୍ବାଗତ ଭାଷଣ ଦେଇଥିବା ବେଳେ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ସମ୍ପାଦକୀୟ ପାଠ କରିଥିଲେ ।

ମଞ୍ଚରେ କଣ୍ଠଶିଳ୍ପୀ ସୁବାସ ଦାସ ଏବଂ ତୃପ୍ତି ଦାସଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ନନ୍ଦିଘୋଷ ଟିଭି ପରିବାର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ ଉପସ୍ଥିତ ରହି ଅତିଥିମାନଙ୍କ ସହ ପ୍ରଦୀପ ପ୍ରଜ୍ବୋଳନ କରିଥିଲେ ।