ପୁଅ ଚାହିଁଲେ ରାଜନୀତିକୁ ଆସିବ : ସୁର ରାଉତରାୟ

ଭୁବନେଶ୍ୱର: ରାଜନୀତିରେ ପରିବାରବାଦ କଥା ତ ସାମାନ୍ୟ  । କେତବେଳେ ଗୋଟିଏ ଦଳରେ ବାପ ପୁଅ ରହିଥାନ୍ତି ତ ଆଉ କେତେବେଳେ ଭିନ୍ନ ଭିନ୍ନ ଦଳରେ ଥାଇ ନିଜ ରାଜନୈତିକ ସାମର୍ଥ୍ୟ ମାପନ୍ତି । ଆଉ ଏହାର ଜ୍ୱଳନ୍ତ ଉଦାହରଣ ହେଲା ଦାମ ରାଉତ ଓ ତାଙ୍କ ପୁଅ ସମ୍ବିଦ ରାଉତଙ୍କ ଯୋଡ଼ି । ପୂର୍ବରୁ ବାପ ପୁଅ ଗୋଟିଏ ଦଳରେ ଥିବା ବେଳେ ୨୦୧୯ ନିର୍ବାଚନରେ କିନ୍ତୁ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା । ଏବେ ପୁଣି ଆଉ ଏକ ବାପ ପୁଅଙ୍କ ଯୋଡ଼ି ବି ଏହି ଧାରାରେ ସାମିଲ ହେବାକୁ ଯାଉଛି । କାରଣ କଂଗ୍ରେସ ଭବନରେ ସୁରଙ୍କ ସାନ ପୁଅଙ୍କୁ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆରେ ପାଇଲଟ ଥିବା ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସ ର ମିଶ୍ରଣ ପର୍ବ ଓ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଛି ।

ପୂର୍ବରୁ ମନ୍ମଥଙ୍କ ପୁଅ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିଲେ ବି ପୁଅ ନିଷ୍ପତି ନେବ ବୋଲି କହୁଥିଲେ ସୁର । ଆଜି ମିଶ୍ରଣ ପର୍ବରେ ଦଳର ସଂଗଠନକୁ ସୁଦୃଢ କରିବାରେ ଭୂମିକା ରଖୁଥିବା କହିଛନ୍ତି ସୁର । ପୁଅ ଯଦି ରାଜନୀତି କରିବା  ପାଇଁ ଯଦି ଇଚ୍ଛା ପ୍ରକାଶ କରେ ତେବେ ତାଙ୍କର କିଛି ଆପତି ନାହିଁ ବୋଲି ସର୍ବ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି ଜଟଣି ବିଧାୟକ ସୁର ରାଉତରାୟ । କୋରୋନା ସମୟରେ ପୁଅ ୫୦ରୁ ୬୦ଲକ୍ଷ ଟଙ୍କା ହାତରୁ ଖର୍ଚ୍ଚ କରି ମାସ୍କ ଓ ପୁଡ଼ିଆ ବାଣ୍ଟିଛି । ଏହାସହ ବିଧାୟକ ପୁଅର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।

ସେପଟେ ମନ୍ମଥ ରାଉତ୍ରାୟ କହିଛନ୍ତି ଜଣେ ପାଇଲଟ ପାଇଁ ଆଜି ଏକ ବଡଦିନ କହିବା ସହ ତାଙ୍କ ପାଇଁ ଏହା ଏକ ଗର୍ବର ଦିନ ବୋଲି କହିଛନ୍ତି ମନ୍ମଥ । ରାଜୀବ ଗାନ୍ଧୀ ପାଇଲଟ ଜୀବନରୁ ଦେଶ ପାଇଁ ଯାହା ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ । ଏବଂ ଏବେ ବି ସେ ସେହି କମ୍ପାନୀରେ ଅଛନ୍ତି ଯାହାକୁ ଛାଡି ରାଜୀବ ଗାନ୍ଧୀ ରାଜନୀତିକୁ ଆସିଥିଲେ । ଏବେ ସେ ସାମାଜିକ କାମ କରୁଛି ବାପାଙ୍କ ଠାରୁ ରାଜନୀତି ଶିଖୁଛି । ଏବେ ରାଜନୀତିକୁ ଆସିବାର ନାହିଁ  ବୋଲି ସ୍ପଷ୍ଟ କରିଛନ୍ତି ମନ୍ମଥ  ।

Leave a Reply