ପିପିଲି ଭବାନୀପୁରରେ ଭୟାବହ ଅଗ୍ନିକାଣ୍ଡ : ୧୫ ବାଇକ ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ

ନନ୍ଦିଘୋଷ ବ୍ୟୁରୋ: ପିପିଲି ପୌରାଞ୍ଚଳ ଭବାନୀପୁରରେ ଭୟାବହ ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ବିଳମ୍ବିତ ରାତିରେ ଲାଗିଲା ନିଆଁ।ଜଳିପୋଡ଼ି ପାଉଁଶ ହେଲା ୧୫ଟି ବାଇକ୍ ସହିତ ଲକ୍ଷାଧିକ ଟଙ୍କାର ବ୍ୟବସାୟିକ ସାମଗ୍ରୀ।୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ୨ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଅଗ୍ନିକାଣ୍ଡର ପ୍ରଚଣ୍ଡ ଶବ୍ଦରେ ଥରି ଉଠିଲା ଅଞ୍ଚଳ।କବାଟ, ଝରକା ଭାଙ୍ଗି ଘର ଭିତରୁ ବାହାରିଲେ ଲୋକେ।ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ ପିପିଲି, ନିମାପଡ଼ା ଓ ସତ୍ୟବାଦୀର ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।ବିସ୍ଫୋରଣରେ ଛାତରୁ ସିମେଣ୍ଟ ଖସିବା ସହିତ ଭାଙ୍ଗିଯାଇଥିଲା ଘରର କାନ୍ଥ।ଅଗ୍ନିକାଣ୍ଡ ଘଟଥିବା ଘରେ ବାହାର ରାଜ୍ୟର ୨୦ରୁ ଅଧିକ ବ୍ୟବସାୟୀ ରହି ଗାଁକୁ ଗାଁ ବୁଲି ବ୍ୟବସାୟ କରୁଥିବାବେଳେ ବିଳମ୍ବିତ ରାତିରେ ଲାଗିଥିଲା ନିଆଁ ।