ହରିୟାଣା ନିର୍ବାଚନ, ନିର୍ଣ୍ଣାୟକ ହେବ ପାରମ୍ପରିକ ଭୋଟ୍ !

1 min read

କୃଷି ଓ କୃଷକର ରାଜ୍ୟ ହରିୟାଣା । ଯେଉଁଠି ନିର୍ବାଚନରେ ଦବିଯାଏ ଜାତି ଓ ସ୍ଥାନୀୟ ସମସ୍ୟା । ନିର୍ବାଚନରେ ବର୍ଷ ବର୍ଷ ଧରି ଜାଟ୍, ଖଟ୍ଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲେ ହେଁ ସେମାନେ ଏବେ ଗୌଣ । ବହୁ ବର୍ଷ ଧରି ହରିୟାଣାକୁ କଂଗ୍ରେସ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳ ଶାସନ କରିବା ପରେ ପ୍ରଥମ ଥର ପାଇଁ ୨୦୧୪ରେ ବିଜେପି କ୍ଷମତା ଡୋରୀ ହାତେଇଛି । କ୍ଷମତାକୁ ଆସିବା ପରେ ମନୋହର ଲାଲ ଖଟ୍ଟର ସରକାର ଜାଟ୍ ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି ।

ହରିୟାଣା ଜନସଂଖ୍ୟାର ୨୫ରୁ ୩୦ ପ୍ରତିଶତ ଲୋକ ଜାଟ୍ ସମ୍ପ୍ରଦାୟ ଅନ୍ତର୍ଗତ । ରାଜ୍ୟ ରାଜନୀତିରେ ସେମାନଙ୍କ ଦବଦବା ରହିଥିବା ବେଳେ ଜାଟ୍ ସମ୍ପ୍ରଦାୟର ଅଧିକାଂଶ ନେତା ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି । ଉଭୟ କଂଗ୍ରେସ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳର ବହୁ ହେଭିୱେଟ୍ ଜାଟ୍ ସମ୍ପ୍ରଦାୟର । ହରିୟାଣା ବିଧାନସଭାର ମୋଟ୍ ୯୦ଟି ସିଟ୍ ମଧ୍ୟରୁ ୩୬ଟି ଆସନରେ ଜାଟ୍ ସମ୍ପ୍ରଦାୟର ପ୍ରଭାବ ରହିଛି । କଂଗ୍ରେସ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳ ପ୍ରତି ଅଧିକାଂଶ ଜାଟଙ୍କ ସମର୍ଥନ ରହିଥିବା ବେଳେ ଜନନାୟକ ଜନତା ପାର୍ଟି ଜାଟ୍ ଭୋଟକୁ ପ୍ରଭାବିତ କରିପାରେ ।

ଏପରି ସ୍ଥଳେ ବିଜେପି ଅଣ-ଜାଟଙ୍କ ଉପରେ ଫୋକସ୍ କରିଛି । ବିଜେପି ୨୦୧୪ ବିଧାନସଭା ନିର୍ବାଚନରେ ୨୪ ଜଣ ଜାଟ୍ ନେତାଙ୍କୁ ଟିକେଟ୍ ଦେଇଥିବା ବେଳେ ଚଳିତଥର ବିଜେପି ଟିକେଟରେ ୧୭ ଜଣ ଜାଟ୍ ନେତା ଲଢ଼ୁଛନ୍ତି । ଏପିରିକି ଗତ ନିର୍ବାଚନରେ ଜାଟ୍, ପଞ୍ଜାବୀଙ୍କ ଗୁରୁତ୍ୱକୁ ଦେଖି ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପି ମନୋହରଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଥିଲା । ଦଳରେ ଅନ୍ତଃକନ୍ଦଳ ଯୋଗୁଁ ଜନନାୟକ ଜନତା ପାର୍ଟିକୁ ସମର୍ଥନ କରୁଥିବା ଜାଟ୍ ବିଜେପିକୁ ଭୋଟ୍ ଦେଇଥିଲେ ।

୨୦୧୬ରେ ଜାଟ୍ ସଂରକ୍ଷଣ ଯୋଗୁଁ ରାଜ୍ୟ ବିଜେପି ସରକାର ଉପରେ ଏବେ ଜାଟ୍ ସମ୍ପ୍ରଦାୟ ଅସନ୍ତୁଷ୍ଟ ଅଛନ୍ତି । ଏହାକୁ ବିରୋଧ କରି ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରାମାଞ୍ଚଳରେ ରହୁଥିବା ଲୋକ ସତଲେଜ-ଯମୁନା ଲିଙ୍କ୍ ପ୍ରକଳ୍ପକୁ ଶୀଘ୍ର ସାରିବାକୁ ଦାବି କରି ଆସୁଛନ୍ତି । ଏହି ପ୍ରକଳ୍ପ ହେଲେ ହରିୟାଣାର ଚାଷୀ ସହଜରେ ଜମିକୁ ଜଳସେଚନ କରିପାରିବେ । ସ୍ଥାନୀୟ ଏହି ପ୍ରସଙ୍ଗକୁ ଇଣ୍ଡିଆନ୍ ନ୍ୟାସନାଲ ଲୋକ ଦଳ ବା ଆଇଏନଏଲଡି ଗୁରୁତ୍ୱର ସହ ନେବା ସହ ଏ ଦିଗରେ ଲୋକଙ୍କ ସହ ଜଡ଼ିତ ଅଛି । ତେଣୁ, ସଂଖ୍ୟାଧିକ ଜାଟ୍ ଭୋଟର ବିଜେପି ପରିବର୍ତ୍ତେ ଆଇଏନଏଲଡିକୁ ସମର୍ଥନ କରିପାରନ୍ତି। ')}

Leave a Reply