ଜରଡ଼ା ଥାନା ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇଲେ ଏସ୍‌ପି

ଦିଗପହଣ୍ଡି: ବ୍ରହ୍ମପୁର ପୋଲିସ ଅନ୍ତର୍ଗତ ଜରଡ଼ା ଥାନା ପୋଲିସ କର୍ମଚାରୀ ଯିବେ କ୍ୱାରାଣ୍ଟାଇନରେ । ୨ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ପି । ଘଟଣାନୁଯାୟୀ ଗତ 26 ତାରିଖରେ ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଅଞ୍ଚଳରେ ଏକ ହତ୍ୟା ଉଦ୍ୟମ ମାମଲା ଘଟିଥିଲା । ଏହି ମାମଲାରେ ପୋଲିସ ୩ତାରିଖରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଓ ପରେ ୪ ତାରିଖରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । । ପ୍ରଥମେ ସେମାନଙ୍କ ମେଡିକାଲ ଟେଷ୍ଟ କରାଯିବା ପରେ କୋର୍ଟଙ୍କ ନିକଟରେ ହାଜର କରାଯାଇଥିଲା  । ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଜେଲ୍‌କୁ ପଠାଯାଇଥିଲା । ତେବେ ମେଡିକାଲ ଟେଷ୍ଟ ବେଳେ ତାଙ୍କର କୋଭିଡ ଟେଷ୍ଟ ମଧ୍ୟ ହୋଇଥିଲା । ସେଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ପରେ ସେହି ୨ ଜଣଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକଭାବେ କ୍ୱାରେଣ୍ଟାଇନ୍‌ରେ ପଠାଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକୀ ମିଶ୍ର । ଏଥିସହିତ ଥାନାକୁ ସାନିଟାଇଜ୍ କରିବାକୁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି । ଏହାପରେ ପୋର୍ଟକଲ ଅନୁଯାୟୀ ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି କହିଛନ୍ତି ଏସପି ।

Leave a Reply