ଖବର ପରିବେଷଣ ବେଳେ ଖବର ପଢ଼ି କାନ୍ଦି ପକାଇଲେ ଟିଭି ଆଙ୍କର

ଜାପାନ: ୟୁକ୍ରେନ ବୁଚା ସହର ଗଣହତ୍ୟା ସମ୍ପର୍କିତ ଖବର ପଢ଼ି କାନ୍ଦି ପକାଇଲେ ଆଙ୍କର । ବୁଚା ସହର ଗଣହତ୍ୟା ଘଟଣାରେ ଜଡ଼ିତ ସୈନ୍ୟଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମାନିତ କରିବା ସମ୍ପର୍କିତ ଏକ ଖବର ପଢିବା ବେଳେ ଅକସ୍ମାତ ଭାଙ୍ଗି ପଡ଼ିଥିଲେ ଜଣେ ଜାପାନୀ ଆଙ୍କର । ୟୁମିକୋ ମାତସୁ ନାମ୍ନୀ ଏହି ଆଙ୍କରଙ୍କ କାନ୍ଦିପକାଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ୟୁକ୍ରେନରେ ଋଷର ସ୍ପେସାଲ ଅପରେସନ ଜାରି ରହିଥିବାବେଳେ ବୁଚା ସହରରେ ଭୟଙ୍କର ଗଣହତ୍ୟା ହୋଇଥିଲା । ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏସମ୍ପର୍କରେ ଏକ ଖବର ପାଠ କରିବା ବେଳେ ଆଙ୍କରଜଣକ ଅଧିକ ପଢି ନପାରି କ୍ଷମା ମାଗିଥିଲେ । ପରେ ସେ ଖବର ପଢ଼ା ବନ୍ଦ କରିଦେଇଥିଲେ ।