ଜାପାନ ସହ ସୁଦୃଢ ହେଉଛି ଓଡ଼ିଶାର ଶିଳ୍ପ ସହଭାଗିତା, ଆଗେଇଛି ସାଂସ୍କୃତିକ ସମ୍ପର୍କ

ଭୁବନେଶ୍ୱର: ଜାପାନ ଓ ଓଡ଼ିଶା ମଧ୍ୟରେ ଶିଳ୍ପ ସହଭାଗିତା ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଏକ ସେମିନାର ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି । ଏଥିରେ ଜାପାନ ଓ ଓଡିଶା ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଜାପାନର କିପରି ନିବେଶ ବଢିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଜାପାନ ସହ ସମ୍ପର୍କ ସୁଦୃଢ ହୋଇଛି ।

ଶିଳ୍ପ ସହ ସାଂସ୍କୃତିକ ସମ୍ପର୍କରେ ମଧ୍ୟ ଅନେକ ବିକାଶ ହୋଇଛି । ଜାପାନ ସହ ଓଡ଼ିଶାର ଶିଳ୍ପ ସହଭାଗିତାରେ ଅନେକ କାର୍ଯ୍ୟକ୍ରମ ଗତବର୍ଷ ସଫଳ ହୋଇଛି । ଜାପାନର ଅନେକ ଶିଳ୍ପ ସଂସ୍ଥା ଏବେ ଓଡ଼ିଶାରେ ନିବେଶ ପାଇଁ ମନବଳାଇଛନ୍ତି । ଏହି ସେମିନାରରେ କେନ୍ଦ୍ର ସରକାରଙ୍କ ବୈଦେଶିକ ସଚିବ ହର୍ଷବର୍ଧନ ଶ୍ରୀଙ୍ଗଲା ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ଓ ଜାପାନ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ସହ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଏନେଇ ଯଥେଷ୍ଟ ସହଯୋଗ କରିବେ ବୋଲି ବୈଦେଶିକ ସଚିବ ହର୍ଷବର୍ଧନ କହିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେ ଭେଟିଛନ୍ତି । ଶିଳ୍ପ ପର୍ଯ୍ୟଟନ, ଅତ୍ୟାଧୁନିକ ଜ୍ଞାନ କୌଶଳ, ନିବେଶ, କ୍ରିଡା କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା କରାଯିବ ବୋଲି ହର୍ଷବର୍ଧନ ସିଙ୍ଗଲା କହିଛନ୍ତି ।

Leave a Reply