କିଏ ଏ କମ୍ଫର୍ଟ ୱମେନ? ବିଶ୍ବଯୁଦ୍ଧ ବେଳେ ଯବାନଙ୍କ ଆବଶ୍ୟକତା ପୂରଣ କରୁଥିଲେ
1 min readନନ୍ଦିଘୋଷ ବ୍ୟୁରୋ: ଦ୍ବିତୀୟ ବିଶ୍ବଯୁଦ୍ଧକୁ ସାତ ଦଶକରୁ ଅଧିକ ସମୟ ବିତିଲାଣି । ହେଲେ ଏବେ ବି ତାଜା ଅଛି ସେ ପୁରୁଣା କ୍ଷତ । ଜାପାନ ସେନା ଦ୍ବାରା ନିର୍ଯାତିତ ନାଗରିକଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛି ଦକ୍ଷିଣ କୋରିଆ । ତଥାପି ଖୁସି ନାହାନ୍ତି ଦକ୍ଷିଣ କୋରିଆର ନାଗରିକ । ଯିଏ ନିର୍ୟାତନା ଦେଇଛି ସେ ହିଁ କ୍ଷତିପୂରଣ ଦେବ ବୋଲି ଦାବି କରିଛି ଦକ୍ଷିଣ କୋରିଆ । ଜାପାନ ଉପରେ ଏମିତି ଖପ୍ପା କାହିଁକି ଦକ୍ଷିଣ କୋରିଆ ୭ ଦଶନ୍ଧି ପରେ ବି ଅପୂରଣୀୟ କ୍ଷତକୁ କାହିଁକି ଭୁଲିପାରୁନି ଦକ୍ଷିଣ କୋରିଆ ? ଭୁଲିବ ବା କେମିତି ? ଏହାର ମୁଖ୍ୟ କାରଣ ହେଉଛି କମ୍ଫର୍ଟ ୱମେନ । ତେବେ କିଏ ଏହି କମ୍ଫର୍ଟ ୱମେନ ? ଏତେ ବର୍ଷ ପରେ ଆଜି କାହିଁକି ଏହି ମହିଳାଙ୍କ କଥା ଉଠିଲା ? ଦେଖନ୍ତୁ ଏହି ରିପୋର୍ଟରେ …
୧୯୧୦ ରୁ ୧୯୪୫ ମସିହାର କଥା । ଯେତେବେଳେ କୋରିଆ ସମେତ ଏସିଆର ଅନେକ ଦେଶ ଉପରେ ରାଜ୍ କରୁଥିଲା ଜାପାନ । ସେତେବେଳେ ଦୀର୍ଘ ବର୍ଷ ଧରି ଦକ୍ଷିଣ କୋରିଆର ନାଗରିକଙ୍କୁ ଜୋର ଜବରଦସ୍ତ ଶ୍ରମିକ ଭଳି ଖଟାଉ ଥିଲା ଜାପାନ । ଯେଉଁ ମାମଲାରେ କୋର୍ଟ ହସ୍ତକ୍ଷେପ କରି ଜାପାନର ଦୁଇଟି କମ୍ପାନୀଙ୍କୁ ସାଉଥ କୋରିଆକୁ କ୍ଷତିପୂରଣ ଦେବା ପାଇଁ ଗତ ୨୦୧୮ରେ ନିର୍ଦ୍ଦେଶ ଦେଇଥିଲେ । ଟୋକିଓ କେବଳ କ୍ଷମା ମାଗି ମାମଲାର ରଫାଦଫା କରିବାକୁ ଚାହିଁଥିଲା । ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଏବେ ଚୀନ ଓ ଉତ୍ତର କୋରିଆ ଶକ୍ତିଶାଳୀ ହେବା ଦେଖି ଏହି ଦୁଇ ଦେଶ ପରସ୍ପରର ନିକଟତର ହେବାକୁ ଚାହୁଁଛନ୍ତି ।
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ଜାପାନର ଲକ୍ଷଲକ୍ଷ ସୈନିକ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଥିଲେ । ଗୋଳା ବାରୁଦ ଠୁ ଖାଦ୍ୟପାନୀୟ କେଉଁଥିରେ ବି ଜାପାନ ସୈନିକଙ୍କ ଅଭାବ ରଖି ନଥିଲେ ସରକାର । ଯବାନଙ୍କ ଶରୀରର ଆବଶ୍ୟକତା ପୂରଣ ପାଇଁ ବି ଉପାୟ ବାଛି ନେଇଥିଲା ଜାପାନ । ଯେଉଁଥିପାଇଁ ଯୁଦ୍ଧକ୍ଷେତ୍ରରେ ଜାପାନ ପ୍ରତିଷ୍ଠା କରିଥିଲା କମ୍ଫର୍ଟ ଷ୍ଟେସନ । ଏହା ଥିଲା ଏମିତି ଏକ ବିଲ୍ଡିଂ ଯେଉଁଠି ଖାଦ୍ୟ ପାନୀୟ ସହ ଯୁବତୀଙ୍କୁ ରଖାଯାଉଥିଲା । ଯୌନ ଦାସ କରି ସେମାନଙ୍କୁ ରଖାଯିବା ସହ ସ୍ବତନ୍ତ୍ର ପ୍ରକ୍ରିୟାରେ ଚୟନ କରାଯାଉଥିଲା । ଫଳରେ କମ୍ଫର୍ଟ ଷ୍ଟେସନକୁ ଅଧିକାଂଶ ନାବାଳିକାଙ୍କୁ ଅଣାଯାଉଥିଲା । ଏହି ଯୁବତୀଙ୍କୁ Comfort woman କୁହାଯାଉଥିଲା । ଏମାନଙ୍କୁ କୌଣସି ନାମ ନୁହେଁ ବରଂ ଏକ ନମ୍ବରରେ ଡକାଯାଉଥିଲା ।
ପ୍ରତିଦିନ ଜଣେ ଯୁବତୀ ୩୦ ରୁ ୪୦ ଯବାନଙ୍କ ଆବଶ୍ୟକତା ପୂରଣ କରୁଥିଲେ । ବିରୋଧ କଲେ ମାରପିଟ୍ ସାଧାରଣ କଥା ଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧର ବହୁ ପୂର୍ବରୁ ଜାପାନ ଯୌନ ଗୁଲାମ ପ୍ରଥା ଆରମ୍ଭ କରିଦେଇଥିବା ରିସର୍ଚ୍ଚରୁ ଜଣାପଡିଛି । ୧୯୩୨ ରୁ ୧୯୪୫ ମଧ୍ୟରେ ଜାପାନ ଯୌନ ଇଣ୍ଡଷ୍ଟ୍ରୀ ଖୋଲିଦେଇଥିବା ବହୁ ବିଶେଷଜ୍ଞ ମତ ଦିଅନ୍ତି । ଯେଉଁଥିରେ ଲକ୍ଷ ଲକ୍ଷ ଯୁବତୀ କୋରିଆ, ଭିଏତନାମ, ଫିଲିଫିନ୍ସ ଓ ଚୀନରୁ ଥିଲେ ।
Comfort Women ଅର୍ଥାତ ଆରାମ ଦେଉଥିବା ମହିଳା । ଜାପାନୀ ଶବ୍ଦ ଇଆନ ଅର୍ଥ ଆରାମ ଓ ଫୁ ଅର୍ଥ ମହିଳା । ଯୁଦ୍ଧବେଳେ ମହିଳାଙ୍କ ଉପରେ ଅତ୍ୟାଚାରର ସବୁ ସ୍ତର ଲଙ୍ଘି ସାରିଥିଲା ଜାପାନ । ଗଣଦୁଷ୍କର୍ମର ଶି୍କାର ହେଉଥିଲେ ଯୁବତୀ ଓ ମହିଳା । ଯଦି କେହି ଯୌନ ରୋଗରେ ପୀଡିତ ହେଉଥିଲେ ସେମାନଙ୍କୁ ସିଧା ଜଳାଇ ଦିଆଯାଉଥିଲା । ନଚେତ ବନ୍ଧୁକରେ ପିଟି ହତ୍ୟା କରା ଯାଉଥିଲା । କାରଣ ଯୁବତୀଙ୍କ ପିଛାରେ ଗୋଟିଏ ବି ଗୁଳି ନଷ୍ଟ କରିବାକୁ ଚାହୁଁ ନଥିଲା ଜାପାନ ।
ଯୁବତୀମାନେ କିଭଳି ଗର୍ଭବତୀ ନହେବେ ସେମାନଙ୍କୁ ଏକ ଇଞ୍ଜେକସନ ଦିଆଯାଉଥିଲା । ୬୦୬ ନାମକ ଏହି ଇଞ୍ଜେକସନର ସାଇଡ ଇଫେକ୍ଟ ପରେ ଜାଣିବାକୁ ମିଳିଥିଲା । ଏହି ମାରାତ୍ମକ ଇଞ୍ଜେକସନ ଯୋଗୁଁ ବ୍ଲିଡିଂ, ଓଜନ କମ, ପେଟ ଯନ୍ତ୍ରଣା, ବାନ୍ତି ଓ ଗର୍ଭଧାରଣା କ୍ଷମତା କମି ଯାଉଥିଲା ।