ଜାପାନରେ ସୁନାମୀ ପରେ ପରମାଣୁ ପାଓ୍ବାର ପ୍ଲାଣ୍ଟରୁ ରେଡିଏସନ ବାହାରିବା ଭୟ

1 min read

 ଟୋକିଓ: ଭୂକମ୍ପ ଯୋଗୁ ଜାପାନରେ ହଡ଼କମ୍ପ। ଭୂକମ୍ପ ପରେ ଅଚାନକ ସୁନାମୀ ଏବଂ ଉଚ୍ଚ ଜୁଆର ଏତେ ଆସିଲା ଯେ, ସହର ଭିତରକୁ ପାଣି ପଶିଗଲା । ଏହି ଘଟଣା ପରଠାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଜୁଆରର ଉଚ୍ଚତା ଥିଲା . ଫୁଟ । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଜୁଆର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛିଏହା ସହିତ ଜାପାନରେ ପରମାଣୁ ପାଓ୍ବାର ପ୍ଲାଣ୍ଟର ସୁରକ୍ଷାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ୨୦୧୧ ଭୂକମ୍ପ ପରେ ଆଣବିକ କେନ୍ଦ୍ର କ୍ଷତି ସହିଥିଲା । ଏହା ପରେ ଚାରିଆଡେ ହୋଇଥିବା ରେଡିଏସନ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ତେଣୁ ପୁଣି ଥରେ ଜାପାନରେ ସମାନ ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି ।

ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ (TEPCO) ଦ୍ବାରା କୁହାଯାଇଛି ଯେ, ନିଗାଟା ନିକଟରେ . ଫୁଟ ଉଚ୍ଚର ଜୁଆର ରେକର୍ଡ କରାଯାଇଛି। ତେବେ ବର୍ତ୍ତମାନ ଦାବି ହେଉଛି ଯେ କୌଣସି ପ୍ରକାର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ। 

 

ରିପୋର୍ଟ ଅନୁଯାୟୀ, ଜାପାନରେ ଏକ ସୁନାମୀ ବିଷୟରେ ସତର୍କ ସୂଚନା ଜାରି କରାଯାଇଛି। ଜାପାନର ପଶ୍ଚିମ ଉପକୂଳରେ ଅତି ଭୟଙ୍କର ସୁନାମି ଆସିପାରେ। 

ଜାପାନର ସରକାରୀ ଚ୍ୟାନେଲ NHK ରିପୋର୍ଟ ଅନୁଯାୟୀ, ଭୂକମ୍ପ ପରେ ସମୁଦ୍ରରେ ଜୁଆର ପ୍ରାୟ ପାଞ୍ଚ ମିଟର ଉଚ୍ଚ ହୋଇପାରେ। 

 

ତେଣୁ ଲୋକଙ୍କୁ ସମୁଦ୍ର କୂଳଠାରୁ ଦୂରରେ ରହିବାକୁ ଏବଂ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଥିଲା। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ସରକାରୀ ମିଡିଆ ଚ୍ୟାନେଲକୁ କହିଛନ୍ତି ଯେ ସେମାନଙ୍କ ପ୍ଲାଣ୍ଟରେ ଏପର୍ଯ୍ୟନ୍ତ କୌଣସି ସମସ୍ୟା ନାହିଁ।