spot_img

Latest Posts

ଟ୍ରେନ୍‌ ମାତ୍ର ଏକ ମିନିଟ ବିଳମ୍ବରେ ପହଞ୍ଚିବାରୁ ଡ୍ରାଇଭର କଟିଲା ସାଲାରୀ, ଡ୍ରାଇଭର ଉଠାଇଲେ ଏଭଳି ନିଷ୍ପତ୍ତି

ଜାପାନ୍‌:ଏମିତି ଅନେକ ଦେଶ ରହିଛି ଯେଉଁଠାରେ ଟ୍ରେନ୍‌ ତାହାର ସମୟ ଠାରୁ ବହୁ ବିଳମ୍ବରେ ପହଞ୍ଚିଲେ ମଧ୍ୟ ଡ୍ରାଇଭର ଉପରେ କିଛି ପ୍ରଭାବ ପଡ଼େନାହିଁ। ଯେଉଁଥିପାଇଁ ଯାତ୍ରୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ହେଲେ ଏଥିପାଇଁ ଡ୍ରାଇଭରର କୌଣସି ବେତନ କଟାଯାଇନଥାଏ। କାରଣ ଏହି ସବୁ ଦେଶ ମାନଙ୍କରେ ଟ୍ରେନ୍‌ ଯିବା ଆସିବାର ପଦ୍ଧତି ଏତେଟା ଉନ୍ନତମାନର ନୁହେଁ। କିନ୍ତୁ ଏମିତି ଏକ ଦେଶ ରହିଛି ଯେଉଁଠାରେ ଟ୍ରେନ୍‌ ତିଳେ ମାତ୍ର ମିଳମ୍ବରେ ପହଞ୍ଚିଲେ ଡ୍ରାଇଭରର ବେତନ ଉପରେ ବହୁମାତ୍ରାରେ ପ୍ରଭାବ ପଡ଼ିଥାଏ।

ସେହି ଦେଶ ହେଉଛି ଜାପାନ, ଜାପାନରର ଟ୍ରେନ୍ ପରିବହନ ବ୍ୟବସ୍ଥା ଏହାର ସଠିକ୍ ସମୟ ପାଇଁ ବିଶ୍ୱରେ ପ୍ରସିଦ୍ଧ।  ଟ୍ରେନ୍ ଗୁଡ଼ିକ ଏଠାରେ ବିଳମ୍ବରେ ପହଞ୍ଚିବା ଅତ୍ୟନ୍ତ କୋଚିତ ଦେଖିବାକୁ ମିଳେ।  ମାତ୍ର ଗୋଟିଏ ମିନିଟ ଯଦି ଟ୍ରେନ୍‌ ବିଳମ୍ବରେ ପହଞ୍ଚେ ତେବେ ଏହି ଘଟଣା ସଙ୍ଗେ ସଙ୍ଗେ ଖବରର ହେଡଲାଇନ୍‌ ବନିଯାଏ। ଏଭଳି ପରିସ୍ଥିତିରେ ଏବେ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଟ୍ରେନ୍ ମାତ୍ର ଏକ ମିନିଟ୍ ବିଳମ୍ବ ହେବା କାରଣରୁ ଟ୍ରେନ୍‌ ଡ୍ରାଇଭରର ସାଲାରିରୁ ୫୬ ପାଉଣ୍ଡ ମାନେ ପାଖାପାଖି ସାଢ଼େ ୫ ହଜାର କାଟିଦେବାକୁ ନିର୍ଦ୍ଦେଶ ହୋଇଛି। ସେପଟେ ଏହାର ବିରୁଦ୍ଧରେ ଟ୍ରେନ୍‌ ଡ୍ରାଇଭର କୋର୍ଟରେ ୧୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି। ସେପଟେ ବର୍ତ୍ତମାନ ଅନ୍ୟ ଲୋକମାନେ ମଧ୍ୟ ଏହି ଡ୍ରାଇଭରକୁ ସମର୍ଥନ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ଡ୍ରାଇଭର ଗତ ବର୍ଷ ଜୁନ୍ ୧୮ ରେ ଓକାୟାମା ଷ୍ଟେସନକୁ ଏକ ଖାଲି ଟ୍ରେନ୍ ନେବା ପାଇଁ ବାହାରିଥିଲେ।  ଏହି ସମୟରେ ହଠାତ୍ ସେ ପେଟରେ ଯନ୍ତ୍ରଣା ଅନୁଭବ କଲେ, ତେଣୁ ସେ ବାଥରୁମ ଚାଲିଯାଇଥିଲେ।  ଯେଉଥିପାଇଁ ସେ ଡ୍ରାଇଭବର ଜଣକ ତାଙ୍କ ଦାୟିତ୍ୱ ଜୁନିଅର ଡ୍ରାଇଭରକୁ ଦେଇଥିଲେ। କିନ୍ତୁ ଜୁନିୟର ଡ୍ରାଇଭର ଜଣକ ଟ୍ରେନକୁ ଭୁଲ ପ୍ଲାଟଫର୍ମରେ ଚଲାଇଥିଲେ। ଏହି କାରଣରୁ ଟ୍ରେନ୍ ପହଞ୍ଚିବା ଏକ ମିନିଟ୍ ବିଳମ୍ବ ହୋଇଥିଲା। ଅର୍ଥାତ୍ ଟ୍ରେନ୍ ଛାଡିବା ଏବଂ ଆସିବା ସମୟରେ ପ୍ରତ୍ୟେକରେ ଗୋଟିଏ ମିନିଟ୍ ବିଳମ୍ବ ହୋଇଥିଲା।  ଯେଉଁଥିପାଇଁ ପଶ୍ଚିମ ଜାପାନ ରେଳ କମ୍ପାନୀ ତାଙ୍କର ଜୁଲାଇ ମାସର ଦରମାରୁ ସାଢ଼େ ୫ ହଜାର ଟଙ୍କା କାଟିଦେଇଥିଲା।

ଏହି ସମୟ ମଧ୍ୟରେ କୌଣସି ଶ୍ରମ କରାଯାଇ ନାହିଁ ବୋଲି କହି ଦୁଇ ମିନିଟର ବିଳମ୍ବ ପାଇଁ କମ୍ପାନୀ ଏହି ରିହାତିକୁ ଯଥାର୍ଥ ବୋଲି କହିଛି। ଏହି ନିଷ୍ପତ୍ତି ବିରୋଧରେ ଡ୍ରାଇଭର ଓକାୟାମା ଶ୍ରମ ମାନକ ଯାଞ୍ଚ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ କମ୍ପାନୀ ଟ୍ରେନର ବିଳମ୍ବ ସମୟକୁ ଦୁଇ ମିନିଟରୁ ଏକ ମିନିଟକୁ ହ୍ରାସ କରି ଜରିମାନାକୁ ୨୮ ପାଉଣ୍ଡକୁ ହ୍ରାସ କରିଛି।  କିନ୍ତୁ ଡ୍ରାଇଭର ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ଯୁକ୍ତି ବାଢ଼ିଛନ୍ତି ଯେ ଟ୍ରେନ୍‌ ବିଳମ୍ବ ହେତୁ ସମୟ ନିର୍ଘଣ୍ଟରେ କୌଣସି ବ୍ୟାଘାତ ଘଟି ନାହିଁ।

ଏହା ପରେ ଟ୍ରେନ୍ ଡ୍ରାଇଭର ଏହି ମାମଲାକୁ ଓକାୟାମା ଜିଲ୍ଲା କୋର୍ଟକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏକ ମିନିଟ୍ ବିଳମ୍ବ ପାଇଁ ତାଙ୍କ ଉପରେ ଲଗାଯାଇଥିବା ଜରିମାନା ବିରୋଧରେ ସେ କ୍ଷତିପୂରଣ ଦାବି କରିଥିଲେ। ତାଙ୍କ ଭାବମୂର୍ତ୍ତି, ଓଭରଟାଇମ୍ କଟ୍, ମାନସିକ ଯନ୍ତ୍ରଣା, ଚାକିରିରେ ଅସୁବିଧା ଇତ୍ୟାଦି ବିଷୟରେ ସେ କମ୍ପାନୀରୁ ୧୪ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି।

Latest Posts

Don't Miss