ଟୋକିଓ ଅଲମ୍ପିକ ସରିବା ପର୍ଯ୍ୟନ୍ତ କୋଭିଡ୍-୧୯ ଏମର୍ଜେନ୍ସି ଘୋଷଣା କରିବ ଜାପାନ

Japan To Declare Covid-19 Emergency For Tokyo As It Mulls Olympics Without Fans

ନୂଆଦିଲ୍ଲୀ: ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଜାପାନ । ଟୋକିଓ ଅଲମ୍ପିକ ବେଳେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଖେଳ ସରିବା ଯାଏଁ ଜାପାନ ଏମର୍ଜେନ୍ସି ଘୋଷଣା କରିଛି । ବିଶେଷଜ୍ଞଙ୍କ ସହ ବୈଠକ ପରେ ସରକାରୀ ଅଧିକାରୀ ଆସନ୍ତା ସୋମବାର ଠାରୁ ଅଗଷ୍ଟ ୨୨ ଯାଏଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ପ୍ରସ୍ତାବ ରଖିଥିଲେ ।

ଗତବର୍ଷ କରୋନା ମହାମାରୀ ପାଇଁ ସ୍ଥଗିତ ଥିବା ଅଲମ୍ପିକ ଜୁଲାଇ ୨୩ରୁ ଅଗଷ୍ଟ ୮ ଯାଏ ଚାଲିବ । ଖେଳ ସମୟରେ ବିଦେଶୀ ଦର୍ଶକଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ । ୬ ସପ୍ତାହର ଏମର୍ଜେନ୍ସି ସମୟରେ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦେବା ସମ୍ଭାବନା ବହୁତ କମ୍ । ଦର୍ଶକଙ୍କ ପ୍ରବେଶ ନେଇ ଶୁକ୍ରବାର ନିଷ୍ପତ୍ତି ନିଆଯିବ । ସ୍ଥାନୀୟ ଆୟୋଜକ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ ସମିତି ଓ ଅନ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ।

ଏବେ ଟୋକିଓରେ ବିଶେଷ କଡ଼ା ପ୍ରତିବନ୍ଧକ ନାହିଁ । ବାର୍ ଓ ରେଷ୍ଟୁରାଣ୍ଟ ଖୋଲିବା ସମୟ ହ୍ରାସ୍ କରାଯାଇଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ । ପ୍ରଧାନମନ୍ତ୍ରୀ ଯୋଶିହିଦେ ସୁଗା ଗୁରୁବାର ଜରୁରୀକାଳୀନ ପରିସ୍ଥିତି ନେଇ ଘୋଷଣା କରିପାରନ୍ତି । ତେବେ କରୋନା ଆରମ୍ଭ ପରେ ଏହା ଜାପାନରେ ଚତୁର୍ଥ ଜରୁରୀକାଳୀନ ପରିସ୍ଥିତ ହେବ ।

Leave a Reply