ଉତ୍ତରକୋରିଆର ବାଲିଷ୍ଟିକ ମିସାଇଲକୁ ଜାପାନର ଡର, ସେନାକୁ ଦେଲା ସତର୍କ ନିର୍ଦ୍ଦେଶ
1 min read
ନୂଆଦିଲ୍ଲୀ : ହାଇଆଲର୍ଟରେ ଜାପାନ । ଉତ୍ତରକୋରିଆର ବାଲିଷ୍ଟିକ ମିସାଇଲକୁ ଖସାଇଦେବା ଲାଗି ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜର ପ୍ରଥମ ମିଲିଟାରୀ ସ୍ପାଏ ସାଟେଲାଇଟ ଲଞ୍ଚ କରିବା ଲାଗି ଉତ୍ତରକୋରିଆ ଘୋଷଣା କରିବା ପରେ ପରେ ନିଜ ସେନାକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଛି ଜାପାନ ।
ସାଟେଲାଇଟ ଉତକ୍ଷେପଣ ସହ ଏହାକୁ କକ୍ଷପଥରେ ଅବସ୍ଥାପିତ କରିବା ଲାଗି ସାଧାରଣତଃ ଲଙ୍ଗ ରେଞ୍ଜ ପ୍ରୋଜେକ୍ଟାଇଲର ଆବଶ୍ୟକ ହୋଇଥାଏ । ତେବେ ବାଲିଷ୍ଟିକ ମିସାଇଲ ଟେକ୍ନୋଲୋଜି ନେଇ ଉତ୍ତରକୋରିଆ ଉପରେ ଜାତିସଂଘ ନିଷେଧାଦେଶ ଜାରି କରିଥିବାରୁ ଅଡୁଆରେ ପଡିଛି ଉତ୍ତରକୋରିଆ । ଉତ୍ତରକୋରିଆର ସମ୍ଭାବ୍ୟ ବାଲିଷ୍ଟିକ ମିସାଇଲକୁ ଧ୍ବଂସ କରିବା ଲାଗି ଜାପାନ ପକ୍ଷରୁ ଏସଏମ-୩ ମିସାଇଲ ଇଣ୍ଟରସେପ୍ଟର, ପାଟ୍ରିୟଟ ପିଏସି-୩ ମିସାଇଲ ମୁତୟନ କରିଥିବା ସୂଚନା ମିଳିଛି । ଗତ ୨୦୧୨ ଓ ୨୦୧୬ରେ ଉତ୍ତରକୋରିଆ ବାଲିଷ୍ଟିକ ମିସାଇଲ ପରୀକ୍ଷା କରିଥିଲା । ତେବେ ଏହା ସାଟେଲାଇଟ ଲଞ୍ଚର ଏକ ଅଂଶବିଶେଷ ଥିଲା ବୋଲି କହିଥିଲା ଉତ୍ତରକୋରିଆ ।