ଜାପାନ୍ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା, ସମ୍ବୋଧନ କରୁଥିବ ବେଳେ ସ୍ମୋକ୍ ବୋମା ଆକ୍ରମଣ

ଟୋକିଓ: ଜାପାନ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା । ଫୁମିଓଙ୍କ ସମ୍ବୋଧନ ଚାଲିଥିବା ବେଳେ ସ୍ମୋକ୍ ବୋମାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସେଠାରୁ ଉଦ୍ଧାର କରିନେଇଛନ୍ତି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିଓ ଅଭିଭାଷଣ ଦେଉଥିଲେ । ଏହି ସମୟରେ ସ୍ମୋକ୍ ବମ୍ ଆକ୍ରମଣ ହୋଇଥିଲା । ଆଖି ପିଛୁଳାକେ ସବୁଆଡ଼େ ଧୂଆଁମୟ ହୋଇଯାଇଥିଲା । ସଚ୍ଚାଧାରୀ ଲିବରାଲ୍ ଡେମୋକ୍ରେଟିକ ପାର୍ଟିର ଜଣେ ପ୍ରାର୍ଥୀଙ୍କ ସମର୍ଥନରେ ଭାଷଣ ଦେବାର ଥିଲା । ହେଲେ ବୋମା ଆକ୍ରମଣ ଯୋଗୁ ସୌଭାଗ୍ୟବସତଃ ବଞ୍ଚିଯାଇଥିଲେ ପ୍ରଧାନମନ୍ତ୍ରୀ ।

ଜାପାନରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି କେମିତି ଓ କିଏ ଏମିତି ବୋମା ଆକ୍ରମଣ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ପରଠୁ ଜାପାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଡ଼ାକଡି କରାଯାଇଥିଲା । ଆଗକୁ ଜାପାନର ନାଗାନୋ ଅନ୍ତର୍ଗ କାରୁଜାଓ୍ବାରେ ଗ୍ରୁପ ୭ ରାଷ୍ଟ୍ରଗୋଷ୍ଠୀର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ହେବ । ତେଣୁ ପୁଣି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବା ନେଇ ସୂଚନା ମିଳିଛି ।